ଓଡ଼ିଶା 365 (ବ୍ୟୁରୋ): କାନାଡାର ନାଗରିକତ୍ୱ ପାଇଁ ଦେଶବାସୀଙ୍କ ଟାର୍ଗେଟରେ ରହୁଥିବା ଅକ୍ଷୟ କୁମାରଙ୍କୁ ପୁଣିଥରେ ଭାରତୀୟ ନାଗରିକତା ମିଳିଛି। ଗତକାଲି ସ୍ୱାଧୀନତା ଦିବସ ଅବସରରେ ଅକ୍ଷୟ କୁମାରଙ୍କୁ ମିଲିଛି ଭାରତୀୟ ନାଗରୀକତା ।
ଏତେବଡ଼ ଖୁସିଖବର ମିଳିବା ପରେ ତାଙ୍କର ସମସ୍ତ ପ୍ରଶଂସକ ଏବଂ ଦେଶବାସୀଙ୍କ ସହ ଟ୍ୱିଟରରେ ନିଜ ଖୁସିକୁ ସେୟାର କରିଛନ୍ତି ଅକ୍ଷୟ କୁମାର । ଏହାସହ ସେ ଟ୍ୱିଟରରେ ଡକ୍ୟୁମେଣ୍ଟଗୁଡିକର ଏକ କପି ମଧ୍ୟ ସେୟାର କରି ଲେଖିଛ ନ୍ତି ଯେ, ‘ଏବେ ହୃଦୟ ଏବଂ ନାଗରିକତା ଉଭୟ ଭାରତୀୟ , ଜୟ ହିନ୍ଦ।’’
ସବୁବେଳେ ଅକ୍ଷୟ କୁମାରଙ୍କୁ ‘କାନାଡା କୁମାର’ କହି ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଥିଲା ସେପଟେ ଅକ୍ଷୟ ଭାରତରେ ଟିକସ ଦେଉଥିବା ବେଳେ କାନାଡାର ନାଗରିକତ୍ୱ ପାଇଥିଲେ। ଦୀର୍ଘ ଦିନ ଧରି ଅକ୍ଷୟ କୁମାର ଭାରତର ନାଗରିକତ୍ୱ ପାଇବାକୁ ଚେଷ୍ଟା କରୁଥିଲେ, ଯାହା ଗତକାଲି ସମ୍ପୂର୍ଣ୍ଣ ହୋଇଛି। ଏହି ଖୁସି ମିଳିବା ପରେ ଚାରିଆଡୁ ଅକ୍ଷୟଙ୍କ ପାଇଁ ଅଭିନନ୍ଦନର ସୁଅ ଛୁଟୁଛି ।