ଓଡ଼ିଶା 365 (ବ୍ୟୁରୋ): ଅସୁରକ୍ଷିତ ଅବସ୍ଥାରେ ଅଛି ଶ୍ରୀମନ୍ଦିରର ଜଗମୋହନ ଓ ନାଟମଣ୍ଡପ। ଆମିକସକ୍ୟୁରୀଙ୍କ ଷ୍ଟାଟସ ରିପୋର୍ଟରୁ ସାମ୍ନାକୁ ଆସିଲା ସତ। ତୁରନ୍ତ ମରାମତି ନହେଲେ ବଡ଼ ଧରଣର କ୍ଷତି ଘଟିବା ସହିତ ଶ୍ରୀମନ୍ଦିର ଉପରେ ବଡ଼ ପ୍ରଭାବ ପଡ଼ିବାରେ ବୋଲି ଆମିକସ୍କ୍ୟୁରୀଙ୍କ ଷ୍ଟାଟସ ରିପୋର୍ଟ ଉଲ୍ଲେଖ ।
ଆମିକସ୍କ୍ୟୁରୀଙ୍କ ଷ୍ଟାଟସ ରିପୋର୍ଟ ଅନୁଯାୟୀ, ନାଟମଣ୍ଡପ ଉପର ପାର୍ଶ୍ୱରେ ଥିବା ପଥର ମଧ୍ୟରେ ଫାଙ୍କ ରହିଛି । ଜଗମୋହନ ପାଖେ ଥିବା ମୁଖ୍ୟ ବିମଟି ପ୍ରାୟ ନଷ୍ଟ ହୋଇସାରିଛି । ଯାହା ମରାମତି ଆବଶ୍ୟକ ରହିଛି ।
ନଚେତ କେତେବେଳେ ବଡ଼ ଧରଣର କ୍ଷତି ଘଟିପାରେ । ଆମିକସକ୍ୟୁରୀ ଦେଇଥିବା ରିପୋର୍ଟ ଉପରେ ହାଇକୋର୍ଟ ଦୃଷ୍ଟି ଆକର୍ଷଣ କରିବାକୁ ଆବେଦନ କରିଛନ୍ତି । ପୂର୍ବରୁ ଏଏସଆଇ ଜଗମୋହନ ଓ ନାଟମଣ୍ଡପ ମରାମତି କାମ ସାରିଥିବା ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିସାରିଥିଲେ । ଗତକାଲି ଆମିକସକ୍ୟୁରୀ ଜଗମୋହନ ଓ ନାଟମଣ୍ଡପ ମରାମତି ଶୀଘ୍ର ଆବଶ୍ୟକ ବାଲି ଷ୍ଟାଟସ ରିପୋର୍ଟ ଦେବା ପରେ ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛିଯାଇଛି ।