ଓଡ଼ିଶା 365 (ବ୍ୟୁରୋ): ଆଜି ହେଉଛି ମଳମାସ, ପ୍ରଥା ଅନୁସାରେ ପୂର୍ବଜଙ୍କ ଶାନ୍ତି ପାଇଁ ଆଜିର ଦିନରେ ପିଣ୍ଡଦାନ କଲେ ମୋଖ୍ୟ ପ୍ରାପ୍ତି ହୋଇଥାଏ । ତେଣୁ ମଳମାସ ଅମାବାସ୍ୟା, ଅଗଷ୍ଟ ୧୬ ତାରିଖ ଦିନ ପ୍ରାୟତ ପଡିଥାଏ । ତେବେ ଏହି ଦିନର ଅନେକ ମହତ୍ୱ ରହିଛି । ଧାର୍ମିକ ମାନ୍ୟତା ଅନୁସାରେ ପିତୃ ପୁରୁଷ ମାନେ ପୃଥିବୀ ଲୋକକୁ ଆସିଥାନ୍ତି । ଏହି ସମୟରେ ତାଙ୍କୁ ସନ୍ତୁଷ୍ଟି କରିବା ଜରୁରୀ ହୋଇଥାଏ । ଯେଉଁ ମାନେ ପୂର୍ବଜଙ୍କୁ ପିଣ୍ଡ ଦାନ କରି ସନ୍ତୁଷ୍ଟ କରିନଥାନ୍ତି ସେମାନେ କେବେ ଶାନ୍ତିରେ ରହିନଥିବାର କଥା ରହିଛି । ତେଣୁ ପିତୃ ଦୋଷ ବା ପୂର୍ବଜଙ୍କୁ ଶାନ୍ତି କରିବା ମଳମାସହିଁ ଅତ୍ୟନ୍ତ ଭଲଦିନ ହୋଇଥାଏ । ତେବେ ଅନେକଙ୍କ ମନରେ ପ୍ରଶ୍ନ ଆସେ ଏଇ ମଳମାସ ଟି କଣ ? ତେବେ ମଳମାସ କାହିବାର କାରଣ ହେଉଛି ଆମେ ସୂର୍ଯ୍ୟଙ୍କୁ ଆଦିତ୍ୟ ବୋଲି କହିଥାଇଉ । ତେବେ ଅଦିତିଙ୍କ ୧୨ ପୂତ୍ର ହୋଇଥିବାରୁ ତାଙ୍କୁ ଦ୍ୱାଦଶ ଆଦିତ୍ୟ ମଧ୍ୟ କୁହାଯାଏ । ୧୨ଟି ରାଶିକୁ ସୂର୍ଯ୍ୟ ବା ଆଦିତ୍ୟଙ୍କ ସଂକ୍ରମଣ ଅନୁସାରେ ୧୨ଟି ସୌର ମାସ ହୁଏ ଏବଂ ପ୍ରତ୍ୟେକ ମାସର ଅଧିପତି ଜଣେ ଜଣେ ଆଦିତ୍ୟ ହୋଇଥାନ୍ତି । କିନ୍ତୁ ମଳମାସ ଅମାବାସ୍ୟା ହୋଇଥିବାରୁ କୌଣସି ଆଦିତ୍ୟ ଏହାର ଅଧିପତି ହୋଇ ନଥାନ୍ତି । ତେଣୁ ଏହି ମାସଟି ସ୍ୱୟଂ ବିଷ୍ଣୁ ବା ପୁରୁଷୋତ୍ତମ ଜଗନ୍ନାଥଙ୍କୁ ଉତ୍ସର୍ଗୀକୃତ କରାଯାଇଛି । ପୁରୁଷୋତ୍ତମ ଜଗନ୍ନାଥ ହେଉଛନ୍ତି ଏହି ମାସର ଅଧିପତି ତେଣୁ ଏହାକୁ ପୁରୁଷୋତ୍ତମ ମାସ ମଧ୍ୟ କୁହାଯାଏ ।
ତେବେ ମଳ ମାସରେ ବିବାହ, ବ୍ରତ ଆଦି କୌଣସି ଶୁଭକାର୍ଯ୍ୟ କରାଯାଏ ନାହିଁ । କିନ୍ତୁ ଏହିମାସରେ ଦୟା, ଦାନ, ଜପତପ, ବଷ୍ଣୁ ସହସ୍ରନାମ, ଗୀତା, ଭାଗଗବତ ଆଦି ପୁରାଣ ପଢିଲେ ଜୀବନର ଯଥାର୍ଥ ମିଳିଥାଏ ବୋଲି କୁହାଯାଏ । ତେଣୁ ଆଜିର ଦିନରେ ହିଁ ପିତୃପୁରୁଷ ଙ୍କୁ ହି ପିଣ୍ଡଦାନ କରି ସନ୍ତୁଷ୍ଟ କରାଯାଇଥାଏ ।
ଶ୍ରାବଣ ମାସରେ ଶିବଙ୍କର ପ୍ରିୟ ମାସ ଅଟେ ଓ ମଳମାସ ବିଷ୍ଣୁ ଙ୍କର ପ୍ରିୟ ମାସ l ଏହି ୨ ଦେବ ମୁକ୍ତି ଦାତା ଅଟନ୍ତି l ତେଣୁ ଅମାବାସ୍ୟା ଦିନ ଏହି ଦୁଇ ଜଣ ଙ୍କୁ ପୂଜା କରିବା ଦ୍ୱାରା କୃପା ଲାଭ ହୋଇଥାଏ l ଅମାବାସ୍ୟା ରେ ପିତୃ ଦୋଷ ରୁ ମୁକ୍ତି ପାଇଁ କିଛିଟା ମନ୍ତ୍ର ଜପ କରିବା ବିଧେୟ ଅଟେ l ଏହି ମନ୍ତ୍ର ପାଠ କରିବା ଦ୍ୱାରା ପିତୃ ପୁରୁଷ ଙ୍କ ଆତ୍ମା ଶାନ୍ତି ହୋଇଥାଏ l ଭଗବାନ ବିଷ୍ଣୁ ଙ୍କ ମନ୍ତ୍ର ପିତୃପୁରୁଷ ଙ୍କ ଆତ୍ମା କୁ ଶାନ୍ତି ଦେଇଥାଏ l ଓଁ ଭଗବତେ ବାସୁ ଦେବାୟ ନମଃ ମନ୍ତ୍ର କୁ ୧୦୮ ଥର ଜପ କରନ୍ତୁ l ତେବେ ପିତୃ ପୁରୁଷ ପ୍ରମୁଖ ଭାବରେ ୪ ଟି ଦେବ ରହିଛି l ଏହି ୪ ଦେବ ମୃତ୍ୟୁ ପରେ ଜୀବତ୍ମା ର କାର୍ଯ୍ୟ ଫଳ ନିର୍ଧାରଣ କରି ଥାଆନ୍ତି l ଏହି ୪ ଦେବ ହେଲେ ଯମ ରାଜ , ଆର୍ଯ୍ୟମା, କାବ୍ୟ ବାଡ଼ନାଲ ଓ ସୋମ ଦେବ ପିତର l ଏଥି ମଧ୍ୟରୁ ଆର୍ଯ୍ୟମା ଙ୍କୁ ପିତୃ ପୁରୁଷ ଙ୍କ ଦେବ ବୋଲି କୁହାଯାଇ ଥାଏ l ଏହି ୪ ଦେବଙ୍କୁ ମଳମାସର ଅମାବାସ୍ୟାରେ ଜଳ, ଅନ୍ନ ଇତ୍ୟାଦି ଅର୍ପଣ କରିବା ଶୁଭଙ୍କର ଅଟେ l