ଜୟ ସୀୟାରାମ ନାରା ଦେଇ ଚର୍ଚ୍ଚାକୁ ଆସିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ । କେମ୍ବ୍ରିଜ ବିଶ୍ୱ ବିଦ୍ୟାଳୟରେ ଆଧ୍ୟାତ୍ମିକ ଗୁରୁ ମୋରାରି ବାପୁଙ୍କ ରାମକଥା କାର୍ଯ୍ୟକ୍ରମରେ ଯୋଗଦେଇ ଜୟ ସୀୟାରାମ ନାରା ଦେଇଛନ୍ତି ଋଷି ସୁନକ । ଏହା ସହ ଠାକୁରଙ୍କୁ ପୁଷ୍ପାଞ୍ଜଳୀ ମଧ୍ୟ ଅର୍ପଣ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ । ଏହି ଅବସରରେ ସେ କହିଛନ୍ତି, ସ୍ୱାଧିନତା ଦିବସରେ ମୋରାରି ବାପୁଙ୍କ ରାମକଥା କାର୍ଯ୍ୟକ୍ରମରେ ସାମିଲ ହେବା ଏକ ଗୌରବର ବିଷୟ । ଜଣେ ପ୍ରଧାନମନ୍ତ୍ରୀ ରୁପେ ନୁହେଁ ବରଁ ଜଣେ ହିନ୍ଦୁ ହିସାବରେ ସେ ରାମକଥା ଶୁଣିବାକୁ ଆସିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ସୁନକ । ସେହିପରି ଆସ୍ଥା ତାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଏହା ତାଙ୍କ ଜୀବନର ପ୍ରତିଟି ମୁହୁର୍ତ୍ତରେ ମାର୍ଗ ଦର୍ଶନ କରେ ବୋଲି କହିଛନ୍ତି ଋଷି ସୁନକ ।