ଓଡ଼ିଶା 365 (ବ୍ୟୁରୋ): ଧନ ଏମିତି ଏକ ଜିନିଷ ଯାହା ପାଖରେ ଥାଏ ସେ ଦୁନିଆର ସବୁକିଛି ତା ହାତ ପାହାନ୍ତାରେ ପାଇଥାଏ । ଆଉ ଯାହା ପାଖରେ ନଥାଏ ସେ ଭିକାରୀ ହୋଇଯାଏ । ଆଜିକାଲି ଯେତେ ରୋଜଗାର କଲେ ବି ସମସ୍ତଙ୍କ ପାଖରେ ଧନର ଅଭାବ ଦେଖାଦେଉଛି । ଯେତେ ସଞ୍ଚୟ କରିବାକୁ ଚେଷ୍ଟା କଲେ ମଧ୍ୟ ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଯାଉଛି ।
ପର୍ସରୁ ମଧ୍ୟ ସବୁ ଟଙ୍କା ଖାଲି ହୋଇଯାଉଛି । କଣ ଆପଣଙ୍କ କ୍ଷେତ୍ରରେ ବି ଏମିତି ସମସ୍ୟା ଦେଖାଦେଉଛି କି ? ହେଲେ ଆଜି ଆମେ ଆପଣଙ୍କୁ ବତେଇବୁ ଏମିତି ଉପାୟ ଯାହାଦ୍ୱାରା ଆପଣଙ୍କ ପର୍ସରୁ କେବେ ବି ଟଙ୍କା ଖାଲି ହେବନି ।
ପର୍ସରେ ସର୍ବଦା ଟଙ୍କା ରହିବା ପାଇଁ କିଛି ସରଳ ଉପାୟ ଜାଣନ୍ତୁ..
ପର୍ସରେ ଅଳ୍ପ କିଛି ଚାଉଳ ରଖିବା ଦ୍ୱାରା ଧନ ବଢିବା ସହ ସଫଳତା ମିଳିଥାଏ। ପର୍ସରେ କିଛି ଚାଉଳ ରଖିବା ଦ୍ୱାରା ଟଙ୍କା ଆଦୌ ଖାଲି ହୋଇନଥାଏ। ଇଚ୍ଛା ଅନୁଯାୟୀ ଟଙ୍କା ସଞ୍ଚୟ ମଧ୍ୟ ହୋଇ ପାରିଥାଏ। ପର୍ସରେ ଚାଉଳ ରଖିବା ଦ୍ୱାରା ଅଯଥାରେ ଖର୍ଚ୍ଚ ହୋଇନଥାଏ। ଧନର ବୃଦ୍ଧି ଓ ପର୍ସରେ ସର୍ବଦା ଟଙ୍କା ରହିବା ପାଇଁ ଘରେ ମା’ଲକ୍ଷ୍ମୀଙ୍କ ଫଟୋ ସହ କୁବେରଙ୍କ ଫଟୋ ନିଶ୍ଚୟ ରଖନ୍ତୁ। ଏହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ।ସୁନା କିମ୍ବା ଚାନ୍ଦିର ଏକ ଟଙ୍କା ପର୍ସରେ ରଖିବା ଦ୍ୱାରା ଲାଭଦାୟକ ହୋଇଥାଏ। ମା’ଲକ୍ଷ୍ମୀଙ୍କ ନିକଟରେ ଏହାକୁ ପୂଜା କରି ପର୍ସରେ ରଖନ୍ତୁ।