ଓଡିଶା
365(ବ୍ୟୁରୋ): ଆଜିର ଆଧୁନିକ ଯୁଗରେ ସେଲଫି
ନେବା ଏକ ପ୍ରକାର ଫ୍ୟାସନ ହୋଇଛି । ଯିଏ ଯେଉଁଠୁଁ ଚାହିଁଲା ସେହି ପରି ଭାବରେ ସେଲଫି ନେଇ
ସୋସିଆଲ ମିଡିଆରେ ପୋଷ୍ଟ କରୁଛି । କିନ୍ତୁ ଆପଣ ମାନେ ଜାଣନ୍ତିକି ବାସ୍ତବରେ ଏହି ସୋସିଆଲ
ମିଡିଆର ବ୍ୟବହାର ବହୁ ପୂର୍ବରୁବି ଜଣେ ଏପରି ବ୍ୟକ୍ତି ଅଛନ୍ତି ଯିଏ ଦେଶର ପ୍ରଥମ ସେଲଫି
ନେଇଛନ୍ତି । ତେବେ ଜାଣନ୍ତୁ କିଏ ସେହି ବ୍ୟକ୍ତି ଜଣଙ୍କ ?
ଆଜିକୁ ପ୍ରାୟ ୧୪୨ ବର୍ଷ
ପୂର୍ବେ ଭାରତରେ ପ୍ରଥମ ସେଲଫି ଉଠାଯାଇଥିଲା । ତେବେ ଏହି ସେଲଫି ତ୍ରିପୁରାର ରାଜା ଏବଂ ରାଣୀ
ଉଠାଇଥିଲେ । ବ୍ରିଟିସ୍ ଶାସନାଧୀନ ଭାରତ ଅନ୍ତର୍ଗତ ତ୍ରିପୁରାକୁ ଶାସନ କରୁଥିଲେ ମହାରାଜା
ବୀର ଚନ୍ଦ୍ର ମାଣିକ୍ୟ । ତେବେ ତାଙ୍କୁ ଆଧୁନିକ ତ୍ରିପୁରାର ସ୍ଥପତି ବୋଲି କୁହାଯାଏ । ତାଙ୍କ
ଶାସନ କାଳରେ ୟୁରୋପୀୟମାନେ କ୍ୟାମେରା ବ୍ୟବହାର କରୁଥିଲେ ।
ରାଜାଚନ୍ଦ୍ର
ମାଣିକ୍ୟଙ୍କ ଫଟୋ ଉଠାଇବାରେ ରହିଥିଲା ସଉକ । ତେଣୁ ସେ ତାଙ୍କ ରାଜବାଟୀରେ ବାର୍ଷିକ ଫଟୋ
ପ୍ରଦର୍ଶନୀ ଆରମ୍ଭ ମଧ୍ୟ କରିଥିଲେ । ତାଙ୍କର ତୃତୀୟ ପତ୍ନୀ ମହାରାଣୀ ଖୁମାଁ ଚାନୁ ମନମୋହିନୀ
ଦେବୀଙ୍କର ମଧ୍ୟ ଫଟୋ ପ୍ରତି ଋଚି ରହିଥିଲେ । ଖାଲି ସେତିକି ନୁହେଁ ସେ ମଧ୍ୟ ଦେଶର ପ୍ରଥମ
ମହିଳା ଫଟୋଗ୍ରାଫର ରୂପେ ପରିଗଣିତ । ଉଭୟ ରାଜା ଓ ରାଣୀ ରାଜଭବନରେ ନିୟମିତ ଫଟୋ
ପ୍ରଦର୍ଶନୀମାନ ଆୟୋଜିତ କରୁଥିଲେ । ସେଥିରେ ମହାରାଜା ଓ ରାଣୀଙ୍କର ଏକ ଯୁଗୋଳବନ୍ଦୀ ଫଟୋ ବି
ଦେଖିବାକୁ ମିଳୁଥିଲା । ଯାହାକୁ ଭାରତର ପ୍ରଥମ ସେଲଫି ବୋଲି କୁହାଯାଉଛି ।