ଓଡ଼ିଶା 365 (ବ୍ୟୁରୋ) : ଲାଲକିଲ୍ଲାରୁ ୭୭ ତମ ସ୍ବାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ଅଭିଭାଷଣରେ ହିଂସାଗ୍ରସ୍ତ ମଣିପୁର ପ୍ରସଙ୍ଗରେ ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ । ହିଂସା ନିଆଁରେ ଜଳୁଥିବା ମଣିପୁରରେ ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦି ଅପିଲ କରିଛନ୍ତି । ମଣିପୁରରେ କିଭଳି ଶାନ୍ତି ପ୍ରତିଷ୍ଠା ହେବ ସେ ଦିଗରେ କାର୍ଯ୍ୟ କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ମଣିପୁରରରେ ଶାନ୍ତି ପ୍ରତିଷ୍ଠା ପାଇଁ ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ଭାରତକୁ ମୁକ୍ତ କରିଥିବା ସ୍ବାଧୀନତା ସଂଗ୍ରାମର ଶହୀଦ ତଥା ସଂଗ୍ରାମୀମାନଙ୍କୁ ପ୍ରଣାମ ଜଣାଇଛନ୍ତି । ବଡ଼ କଥା ହେଉଛି ପ୍ରଧାନମନ୍ତ୍ରୀ ମୋଦି ପୂରା ସମ୍ବୋଧନ ବେଳେ ଦେଶବାସୀଙ୍କ ବଦଳରେ ପରିବାର ସଦସ୍ୟ ବ୍ୟବହାର କରିଛନ୍ତି।