ଓଡ଼ିଶା 365 (ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୭ତମ ସ୍ବାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଲାଲକିଲାରେ ଦେଶବାସିଙ୍କୁ ସମ୍ବୋଧିତ କରିବା ସହ ବିରୋଧୀଙ୍କୁ ଟାର୍ଗେଟ ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ। ମୋଦି କହିଛନ୍ତି, ୨୦୨୪ରେ ପୁଣି ଲାଲ୍କିଲ୍ଲା ଆସିବି ବୋଲି କହିଲେ ପ୍ରଧାନମନ୍ତ୍ରୀ। ଦେଶର ବିକାଶ ନେଇ ଲାଲ୍କିଲ୍ଲାରୁ ହିସାବ ଦେବି ଆଉ ୨୦୪୭ର ସ୍ୱପ୍ନ ପୂରଣ ପାଇଁ ପୁଣି କ୍ଷମତାକୁ ଫେରିବି କହିଲେ ମୋଦି।4
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ପରବର୍ତ୍ତୀ ସମୟରେ ଅଗଷ୍ଟ ୧୫ରେ ଏହି ଲାଲକିଲାରୁ ମୁଁ ଦେଶର ଉପଲବ୍ଧତା, ଏହାର ସଫଳତା ଏବଂ ଗୌରବ ଆପଣଙ୍କ ସାମ୍ନାରେ ଉପସ୍ଥାପନ କରିବି। ପ୍ରଥମ କାର୍ଯ୍ୟକାଳ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୧୪ରେ ମୁଁ ପ୍ରତିଶ୍ରୁତି ଦେଇଥିଲି ଯେ, ମୁଁ ପରିବର୍ତ୍ତନ ଆଣିବି ଏବଂ ମୋ ପରିବାରର ୧୪୦ କୋଟି ସଦସ୍ୟ ମୋତେ ବିଶ୍ୱାସ କଲେ ଏବଂ ମୁଁ ସେହି ବିଶ୍ୱାସକୁ ପୂରଣ କରିବାକୁ ଚେଷ୍ଟା କରିଛି। ଏହା ସହ ବିରୋଧୀ କେବଳ କ୍ଷମତା ହାତେଇବା ପାଇଁ ରାଜନୀତି କରୁଥିବା କଥା ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଭାଷଣ ୯୦ ମିନିଟରୁ ଅଧିକ ସମୟ ଥିଲା । ସମ୍ବୋଧନରେ ପ୍ରଧାନମନ୍ତ୍ରୀ ସ୍ବାଧୀନତା ସଂଗ୍ରାମୀଙ୍କ ଏବଂ ମଣିପୁର ବିଷୟରେ କହିଛନ୍ତି।