ଓଡିଶା 365(ବ୍ୟୁରୋ): ଭୁବନେଶ୍ବରରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳିତ । ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପତାକା ଉତ୍ତୋଳନ ପରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ । ଏହି ଅବସରରେ ସ୍ବାଧୀନତା ସଂଗ୍ରୀମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର ବୀର ପୁତ୍ର ମାନଙ୍କୁ ମନେ ପକାଇଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ବିକାଶରେ ସମସ୍ତେ ସାମିଲ ହୋଇଛନ୍ତି । ସେ ଏହାମଧ୍ୟ କହିଛନ୍ତି ଓଡ଼ିଶାକୁ ଏବେ କୋଟି କୋଟି ଟଙ୍କାର ପୁଞ୍ଜି ଆସୁଛି ଆଉ ଏଥିପାଇଁ କେନ୍ଦ୍ରସରକାର ଯଥେଷ୍ଟ ଅନୁକମ୍ପ ଦେଖାଇଛି ।
ଓଡ଼ିଶାରେ ନିଯୁକ୍ତିର ସୁଯୋଗ ବଢିଛି । ସେହିପରି ମଧୁବାବୁ ପେନସନ ଯୋଜନାରେ ୪ ଲକ୍ଷ ହିତାଧିକାରୀ ସାମିଲ ହୋଇଛନ୍ତି । ଆଜି ଠାରୁ ନୂଆ ହିତାଧିକାରୀଙ୍କୁ ପେନସନ ଦିଆଯିବ । ସମସ୍ତ ପଞ୍ଚାୟତରେ ବ୍ୟାଙ୍କିଂ ସୁବିଧା ଆରମ୍ଭ ମଧ୍ୟ କରାଯାଇଛି । ଶିକ୍ଷା,ସ୍ବାସ୍ଥ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ଅଗ୍ରଗତି କରିଛି । BSKY ସଫଳତାର ସହ ସେବା ଯୋଗାଉଛି । ନୂଆ ଓଡ଼ିଶା ଯୋଜନାରେ ପ୍ରତିବର୍ଷ ୧ ଲକ୍ଷ ଯୁବକଙ୍କୁ ତାଲିମ ଦିଆଯିବାନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକ ।