ଓଡ଼ିଆ 365 (ବ୍ୟୁରୋ): ଓଏସଏସସି ପ୍ରଶ୍ନ ପତ୍ର ଲିକ୍ ମାମଲାରେ ଆଉ ଦୁଇ ଜଣଙ୍କୁ ବାନ୍ଧିଲା ବାଲେଶ୍ୱର ପୋଲିସ । ତେବେ ଉକ୍ତ ଘଟଣାରେ ଗିରଫଦାରୀ ସଂଖ୍ୟା ୨୭ରେ ପହଞ୍ଚିଛି । ଗିରଫ ଅଭିଯୁକ୍ତ ହେଲେ ପୁରୀ ଜିଲ୍ଲାର ବାସୁଦେବ ପ୍ରଧାନ ଓ ପଶ୍ଚିମବଙ୍ଗର ପାର୍ଥ ସେନଗୁପ୍ତ । ପାର୍ଥ ପଶ୍ଚିମବଙ୍ଗ ଏକ ପ୍ରେସରେ ଠିକାଦାର ଭାବେ କାର୍ଯ୍ୟରତ ଥିଲେ ।
ପାର୍ଥ ପ୍ରେସକୁ ଶ୍ରମିକ ଯୋଗାଏ । ଫାଇନାଲ ସେଟ୍ ପ୍ରଶ୍ନପତ୍ର ପ୍ରିଣ୍ଟିଂ ହେବା ପରେ ସେ ପ୍ରେସ କର୍ମଚାରୀ ବୀରେନ୍ଦ୍ର କୁମାରକୁ ଦେଇଥିଲା । ଆଉ ବୀରେନ୍ଦ୍ର କୁମାର, ଏହି ପ୍ରଶ୍ନପତ୍ରକୁ ମାଷ୍ଟର ମାଇଣ୍ଡ ବିଶାଲ କୁମାରକୁ ଦେଇଥିଲା । ସିନ୍ ରିକ୍ରିଏସନ୍ ବେଳେ ବୀରେନ୍ଦ୍ର ଏ ସମସ୍ତ ଘଟଣା ପ୍ରକାଶ କରିଛି ।