ଓଡ଼ିଶା 365 (ବ୍ୟୁରୋ): କଞ୍ଚାଲଙ୍କା ଏହା ପାଟିକୁ ରାଗ ଲାଗିଥାଏ ସତ , ହେଲେ ଏହା ବିନା ଖାଦ୍ୟ ଅଧୁରା । ଅଧିକାଂଶ ଲୋକ କଞ୍ଚାଲଙ୍କା ଖାଇବାର ସଉକ ରଖିଥାନ୍ତି । କେହି କେହି ନିଜ ରୋଷେଇରେ କଞ୍ଚାଲଙ୍କା ବ୍ୟବହାର କରନ୍ତି ତ କେହି କେହି ଶୁଖିଲା ଲଙ୍କା ତ ପୁଣି କେହି ଲଙ୍କା ଗୁଣ୍ଡ । ଯେକୌଣସି ମସଲା ତରକାରୀରେ ସାମାନ୍ୟ ରାଗ ମିଶ୍ରଣ ହୋଇଗଲେ ତାହାର ସ୍ବାଦ ଦ୍ବିଗୁଣ ହୋଇଯାଏ। ହେଲେ ଆପଣ ଜାଣନ୍ତି କି , କଞ୍ଚାଲଙ୍କାକୁ କେବଳ ସ୍ବାଦ ପାଇଁ ନୁହେଁ, ଆପଣଙ୍କ ଶରୀର ପାଇଁ ମଧ୍ୟ ବେଶ୍ ଉପକାରୀ ହୋଇଥାଏ । କଞ୍ଚାଲଙ୍କାରେ କ୍ୟାଲୋରି ନଥାଏ । ଯେଉଁମାନେ ଡାଏଟ୍ କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ କଞ୍ଚାଲଙ୍କା ବେଶ୍ ଲାଭଦାୟକ ହୋଇଥାଏ । ଏହାସହ କଞ୍ଚାଲଙକା ଖାଇା ଦ୍ୱାରା ମଧ୍ୟ ଆପଣଙ୍କ ତ୍ୱଚା ଉଜ୍ଜଳ ଦିଶିଥାଏ । ଖାଲି ସେତିକି ନୁହେଁ , କଞ୍ଚାଲଙ୍କା ଖାଇବା ଦ୍ୱାରା ମନ ବି ଫୁର୍ତ୍ତି ହୋଇଯାଏ । କଞ୍ଚାଲଙ୍କାରେ ପ୍ରଚୁର ପରିମାଣର ଭିଟାମିନ୍ ସି ଓ କ୍ୟାରେଟିନ୍ ଅଛି। କଞ୍ଚାଲଙ୍କା ଶରୀରର ତାପମାତ୍ରାକୁ କମ୍ କରିବାରେ ମଧ୍ୟ ସହାୟକ ହୋଇଥାଏ। କାରଣ ଏଥିରେ ବିପୁଳ ମାତ୍ରାରେ ପ୍ରାକୃତିକ ଆଇରନ୍ ଥାଏ । କେବଳ ସେତିକି ନୁହେଁ, କଞ୍ଚାଲଙ୍କା ଖାଇବା ଦ୍ବାରା ରକ୍ତରେ ଶର୍କରା ପରିମାଣ ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ଏବଂ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବୃଦ୍ଧି କରାଇଥାଏ।