ଓଡ଼ିଆ 365 (ବ୍ୟୁରୋ): ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ । ଫଳରେ ଆଜିଠୁ ୪ଦିନ ଯାଏ ପ୍ରବଳ ବର୍ଷା ର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ସ୍ବାଭାବିକ ଅବସ୍ଥାକୁ ଫେରିବ ମୌସୁମୀ । ମୌସୁମୀ ସକ୍ରିୟ ହେବା ସହ ବଢିବ ବର୍ଷାର ପରିମାଣ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ତେବେ ପାଣିପାଗ ବିଭାଗର ଆକଳନ ମୁତାବକ ଆଜି ୧୮ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏନେଇ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସୁନ୍ଦରଗଡ, ଦେବଗଡ, କେଂଦୁଝର, ମୟୂରଭଞ୍ଜ ଅନୁଗୁଳ, ଢେଙ୍କାନାଳ ଓ ସମ୍ବଲପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ପାଇଁ ସୁନ୍ଦରଗଡ, ଦେବଗଡ, ସମ୍ବଲପୁର, କେଂଦୁଝର ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ ସତର୍କତା ଜାରି କରଯାଇଛି । ସେହିଭଳି ୧୬ ଓ ୧୭ ତାରିଖରେ ଉତ୍ତର ଉପକୂଳ ଓଡିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବାଧିକ ପ୍ରଭାବ ପଡ଼ିବ ବୋଲି କହିଛି ପାଣିପାଗ ବିଭାଗ ।