ଓଡ଼ିଶା 365 ବ୍ୟୁରୋ : ବିବାଦରେ ସନ୍ନି ଦେଓଲ । ଫିଲ୍ମ ରିଲିଜ୍ ହେବାର କିଛି ଦିନ ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ସନ୍ନିଙ୍କ ଭିଡିଓ । ଯେଉଁଥିରେ ସେଲଫି ମାଗିବାରୁ ଜଣେ ଗରିବ ମହିଳାଙ୍କୁ ସେ ଚୁପ୍ ବୋଲି କହୁଥିବା ଦେଖିବାକୁ ମିଳିଛି । ଏଥିରେ ମହିଳା ଅଭିନେତାଙ୍କ ସହ ଫଟୋ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ଏହା ଦେଖି ପାଟିରେ ହାତ ରଖି ଚୁପ୍ ରହିବାକୁ କହୁଛନ୍ତି ସନ୍ନି। ସେପଟେ ଅଭିନେତା ଫଟୋ ଦେଉନଥିବା ଦେଖି ମହିଳା ଜଣଙ୍କ ଅଭିନେତାଙ୍କ ହାତ ଧରିବାକୁ ଚେଷ୍ଟା ମଧ୍ୟ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହା ପରେ ସନ୍ନି ରାଗି ଯାଇ କିଛି ସମୟ ଠିଆ ହୋଇଯାଉଛନ୍ତି।
ଏହି ଭିଡିଓକୁ ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ ଭୟାନୀ ସେୟାର କରିଥିବା ବେଳେ ସନ୍ନିଙ୍କ ଏଭଳି ବ୍ୟବହାର ଅନେକ ନାପସନ୍ଦ କରିଛନ୍ତି । ଏହାସହ ଜଣେ ଫ୍ୟାନ୍ସ ସନ୍ନିଙ୍କୁ ଟ୍ରୋଲ କରି ଲେଖିଛନ୍ତି ଯେ, ଭିଡିଓ ଦେଖି ଲାଗୁଛି ସନି ଗରିବଙ୍କୁ ଘୃଣା କରନ୍ତି। ଅନ୍ୟ ଜଣେ ଲେଖିଛନ୍ତି, ସନ୍ନିଙ୍କ ବ୍ୟବହାରକୁ ଦେଖନ୍ତୁ, ଗରିବଙ୍କ ସହ ସେ କିଭଳି ବ୍ୟବହାର କରୁଛନ୍ତି। ସେପଟେ ଫିଲ୍ମ ‘ଗଦର-୨’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିସାରିଛି। ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରେ ବକ୍ସ ଅଫିସରେ ଅଭିନେତାା ସନ୍ନି ଦେଓଲଙ୍କ କମାଲ ଦେଖିବାକୁ ମିଳିଛି। ଲୋକମାନେ ଏହି ଫିଲ୍ମକୁ ବହୁତ ପସନ୍ଦ କରୁଥିବା ବେଳେ ଫିଲ୍ମର ଆୟ ୧୦୦କୋଟି ପାର୍ କରିଛି।