ଓଡ଼ିଶା 365 (ବ୍ୟୁରୋ) : ସୁନ୍ଦର ହେବା ପାଇଁ କିଏ ବା ନଚାହେଁ । ସେ ପୁଅ ହେଉ କିମ୍ବା ଝିଅ ସମସ୍ତେ ସୁନ୍ଦର ଚେହେରାକୁ ବେଶ୍ ପସନ୍ଦ କରନ୍ତି । ବିୟୁଟିପାର୍ଲର ଠୁ ଆରମ୍ଭ କରି ଘରୋଇ ଉପଚାର ପର୍ଯ୍ୟନ୍ତ ଅନେକ ଉପାୟ ଆପଣେଇଥାନ୍ତି ଉଭୟ ପୁଅ ଓ ଝିିଅ । ହେଲେ ଆପଣ ଜାଣନ୍ତି କି କେବଳ କଷ୍ଟମେଟିକ୍ ଆପଣଙ୍କ ସୌନ୍ଦର୍ଯ୍ୟକୁ ସୁନ୍ଦର କରିନଥାଏ । ଏମିତି କିଛି ଘରେଇ ଉପଚାର ଅଛି ଯାହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବା ସହ ତ୍ୱଚାକୁ ମଧ୍ୟ ଉଜ୍ଜଳ କରିଥାଏ । କ୍ଷୀରରେ ବିଭିନ୍ନ ପ୍ରକାର ଭିଟାମିନ ସହ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଭରି ରହିଛି । ରାତିରେ ଶୋଇବା ପୂର୍ବରୁ ତ୍ୱଚାରେ କଞ୍ଚା କ୍ଷୀରକୁ ହାଲକା ଭାବେ ମାଲିସ୍ କରନ୍ତୁ।
ଏଥିରେ କ୍ୟାଲସିୟମ, ପୋଟାସିୟମ ଓ ପ୍ରୋଟିନ୍ ଭଳି ଅନେକ ପୋଷକ ତତ୍ତ୍ୱ ରହିଛି। ଏହା ତ୍ୱଚାକୁ ବିପୁଳ ମାତ୍ରାରେ ପୋଷଣ ଯୋଗାଇଥାଏ । ତ୍ୱଚାରେ କ୍ଷୀର ଲଗାଇବା ଦ୍ୱାରା ତ୍ୱଚା ସଫା ହୋଇଥାଏ। ନିୟମିତ କଞ୍ଚା କ୍ଷୀରରେ ତ୍ୱଚାକୁ ମାଲିସ କରିବା ଦ୍ୱାରା ତ୍ୱଚାରେ କୁଞ୍ଚନ ସୃଷ୍ଟି ହୋଇନଥାଏ। କଞ୍ଚା କ୍ଷୀରକୁ ତ୍ୱଚାରେ ମାଲିସ କରିବା ଦ୍ୱାରା ବ୍ରଣ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଖାଲି ଏତିକି ନୁହେଁ ଖରା କାରଣରୁ ମୁହଁ କଳା ପଡୁଥିଲେ କଞ୍ଚା କ୍ଷୀର ଲଗାଇବା ଦ୍ୱାରା କଳାପଣ ଦୂର ହେବା ସହ ଆଖିତଳର କଳା ଦାଗ ମଧ୍ୟ ଦୂର ହୋଇଥାଏ ।