ଓଡ଼ିଶା365(ବ୍ୟୁରୋ): ଆସନ୍ତାକାଲି ଦେଶ ପାଳିବ ୭୭ତମ ସ୍ୱାଧିନତା ଦିବସ। ଏହାର ପୂର୍ବରୁ ଅର୍ଥାତ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି। ସେ ଦେଶର ଜନସାଧାରଣଙ୍କୁ ସ୍ୱାଧିନତା ଦିବସର ଶୁଭକାମନା ଜଣାଇବା ସହ କହିଛନ୍ତି ଭାରତ ହେଉଛି ଗଣତନ୍ତ୍ରର ଜନନୀ। ସ୍ୱାଧିନତା ଦିବସ ହେଉଛି ଆମ ପାଇଁ ଏକ ଗୌରବର ଦିନ। ସ୍ୱାଧିନତା ଦିବସ ଆମକୁ ଏହା ମନେପକାଇ ଦିଏ ଯେ, ଆମେ କେବଳ ଜଣେ ବ୍ୟକ୍ତି ନୁହେଁ। ଆମେ ଏମିତି ଏକ ଜନସଂପ୍ରଦାୟର ଅଂଶ, ଯାହା ନିଜ ପରି ସବୁଠୁ ବଡ଼ ଓ ଜୀବନ୍ତ ଗୋଷ୍ଠୀ । ଏହା ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ରର ନାଗରିକଙ୍କ ଗୋଷ୍ଠୀ ଅଟେ। ଜାତି, ଭାଷା ଓ କ୍ଷେତ୍ର ବ୍ୟତୀତ ଆମର ନିଜର ପରିବାର ଓ କାର୍ଯ୍ୟକ୍ଷେତ୍ର ସହ ଜଡ଼ିତ ପରିଚୟ ବି ହେବ, ହେଲେ ଆମର ଗୋଟିଏ ପରିଚୟ ଏମିତି କି ଯାହା ଏସବୁ ଠାରୁ ଊର୍ଦ୍ଧ୍ୱରେ ଏବଂ ଆମର ସେହି ପରିଚୟ କି ଭାରତର ନାଗରିକ ହେବା।
ଆଜି ମହିଳାମାନେ ସବୁ କ୍ଷେତ୍ରରେ ନିଜର ଉପସ୍ଥିତ ଜାହିର କରି ପାରିଛନ୍ତି । କିଛିବର୍ଷ ପୂର୍ବେ ଏହା କଳ୍ପନା ବି କରାଯାଇ ପାରୁନଥିଲା। ଦେଶରେ ମହିଳା ସଶକ୍ତିକରଣ ଉପରେ ପ୍ରାଧ୍ୟାନ୍ୟ ଦିଆଯାଉଛି। ମହିଳାଙ୍କ ବିକାଶ ଦେଶର ବିକାଶ ସହ ଜଡ଼ିତ। ମୁଁ ସବୁ ଦେଶବାସୀଙ୍କୁ ଅନୁରୋଧ କରୁଛି କି ସେମାନେ ମହିଳା ଶକ୍ତିକରଣକୁ ପ୍ରାଥମିକତା ଦିଅନ୍ତୁ। ସେ ଆହୁରି କହିଛନ୍ତି, ଭାରତ ପୂରା ଦୁନିଆରେ ବିକାଶର ଲକ୍ଷ୍ୟ ଓ ମାନବୀୟ ସହଯୋଗକୁ ବୃଦ୍ଧି କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଅଗ୍ରଣୀ ସ୍ଥାନ ଗଠନ କରିଛି । ଏହାର ପ୍ରଭାବଶାଳୀ ନେତୃତ୍ୱରେ ଜି-୨୦ ସମୁହ ଦେଶ ପୂରା ମାନବିକତା ପାଇଁ ମହତ୍ତ୍ୱପୂର୍ଣ୍ଣ ମାମଲା ଉପରେ ଉପଯୋଗୀ କାର୍ଯ୍ୟାନୁଷ୍ଠାନ ନେବେ । ସ୍ୱାଧିନତା ଦିବସ ଦେଶ ପାଇଁ ନିଜର ଇତିହାସ ସହ ପୁନଃ ଯୋଡ଼ି ହେବା ଓ ବର୍ତ୍ତମାନର ଆକଳନ କରିବା ଏବଂ ଭବିଷ୍ୟତର ରାସ୍ତା ଗଠନ ଦିଗରେ ଚିନ୍ତା କରିବାର ଅବସର ହୋଇଥାଏ । ଆଜି ଆମେ ଦେଖୁଛେ , ଭାରତ କେବଳ ଯେ ବିଶ୍ୱ ମଞ୍ଚରେ ନିଜର ସ୍ଥାନ ତିଆରି କରିଛି ତାହା ନୁହେଁ ବରଂ ଅନ୍ତରାଷ୍ଟ୍ରୀୟ ବ୍ୟବସ୍ଥାରେ ନିଜର ପ୍ରତିଷ୍ଠାକୁ ମଧ୍ୟ ଆଗକୁ ନେବାରେ ସକ୍ଷମ ହୋଇଛି ।