ଓଡ଼ିଶା365(ବ୍ୟୁରୋ): ଇଟାର ଜବାବ ଆଉ ପଥରରେ ଦେବାକୁ ପଡୁନି। ମାଟି ଆଉ ରକ୍ତରେ ଭିଜୁନି। ୧୨ବର୍ଷର ବାଳକ ବାଜିଆର ବଳିଦାନ ବ୍ୟର୍ଥ ଯାଇନି। ମେଦିନିପୁରର ବାଘିତୋଟାର ବରଗଛର ଦୁଇଟି ଡାଳକୁ ଭିଡ଼ିଆଣି ହାତ ଓ ଗୋଡ଼କୁ ବାନ୍ଧି, ଡାଳ ଦୁଇଟିକୁ ଇଂରେଜ ଛାଡ଼ିବା ପରେ ଶରୀର ହୋଇଥିଲା ଦୁଇ ଫାଳ, ମାତ୍ର ପଛଘୁଞ୍ଚାଦେଇନଥିଲେ ସ୍ବାଧୀନତା ସଂଗ୍ରାମର ପ୍ରଥମ ସହୀଦ ବିପ୍ଳବୀ ଜୟୀ ରାଜଗୁରୁ। ସେ ହସି ହସି ଦେଇଥିଲେ ଜୀବନ, ହେଲେ ଫିରିଙ୍ଗି ସେନା ଆଗରେ ନୁଆଇଁ ନଥିଲେ ମୁଣ୍ଡ। ଭାରତ ମାଆର ସୁଯୋଗ୍ୟ ସନ୍ତାନଙ୍କ ତ୍ୟାଗ ଓ ବଳିଦାନ ଏ ମାଟିକୁ ଭେଟିଦେଇଥିଲା ସ୍ବାଧିନତା। ପରାଧିନତାର ଅନ୍ଧକାରର ଅବସାନ ଘଟିଛି । ଫରଫର ହୋଇ ଉଡୁଛି ତ୍ରିରଙ୍ଗା। ସଭିଏଁ ସ୍ବାଧିନତା ରଙ୍ଗରେ ମସଗୁଲ। ସବୁଠି ସ୍ବାଧିନତାର ସେଲିବ୍ରେସନ। ସମସ୍ତଙ୍କ ମନରେ ଜାତୀୟତାବୋଧ ଆଉ ଦେଶପ୍ରେମର ଲହରୀ। ପ୍ରାୟ ୨୦୦ ବର୍ଷର ପରାଧୀନତା ପରେ ୧୫ ଅଗଷ୍ଟ ୧୯୪୭ରେ ଭାରତ ଏକ ସ୍ୱାଧୀନ ଦେଶର ମାନ୍ୟତା ଲାଭ କରିଥିଲା। ବ୍ରିଟିଶ ଶାସନର ଶିକୁଳିକୁ ଭାଙ୍ଗି ଆମେ ମୁକ୍ତି ପାଇବାର ୭୬ ବର୍ଷ ପୂରଣ କରୁଛୁ।ପାଦ ଥାପିଛୁ ସ୍ବାଧିନତାର ୭୭ ବର୍ଷରେ ।
ମାଟି ଆଜି ଆକାଶ ଛୁଇଁଲା ଭଳି ଲାଗୁଛି,ପବନରେ ଭାସି ଆସୁଛି ବୀରତ୍ବର ସଙ୍ଗୀତ। ପ୍ରତ୍ୟକ ବର୍ଷ ସ୍ବାଧିନତା ଏ ମାଟିର ସନ୍ତାନମାନଙ୍କୁ କିଛି ନୂଆକଥା ଶିଖାଇ ଦେଉଛି। ଗର୍ବରେ ସବୁ ଭାରତୀୟଙ୍କ ଛାତି କୁଣ୍ଡେମୋଟ ହୋଇଯାଉଛି। ସବୁଠି ଉତ୍ସାହ ବିଜୟର।ଦେଶ ପାଳୁଛି ୭୭ତମ ସ୍ବାଧିନତା ଦିବସ। ମାଆ ପାଇଁ ବୀର ସନ୍ତାନର ବିଜୟର ଉପହାର ଇଏ। ସବୁଠି ଉତ୍ସାହ,ବୀରମାନଙ୍କ ବୀରତ୍ବ,ବଳିଦାନ ତ୍ୟାଗ,ଅସୀମ ସାହସ ଆଗରେ ଗର୍ବରେ ଫୁଲି ଉଠୁଛି ଛାତି। ଆମେ ଗର୍ବରେ କହୁଛନ୍ତି ଆମେ ଭାରତୀୟ, ବୀରତ୍ବ ଆମ ପରିଚୟ।