Monday, May 12, 2025
No Result
View All Result
Odisha 365

Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home ଇତିହାସ ଏବଂ ସଂସ୍କୃତି

ଇଂରେଜ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ ଚାପୁଡ଼ା ମାରିଥିଲେ ରାଜା: ଗୌରମୋହନ ମିଶ୍ର

param by param
Aug 15, 2023, 04:30 pm GMT+0530
FacebookTwitterWhatsAppTelegram

ଓଡ଼ିଶା365(ବ୍ୟୁରୋ):ସାରାଦେଶରେ ଦମନଲୀଳା ଚଲାଇଥିଲେ ଇଂରେଜ । କେଉଁ ସ୍ଥାନରେ ସିଧାସଳଖ ଇଂରେଜମାନେ ଶାସନ କରୁଥିଲେ ତ ଆଉ କେଉଁଠି ଗଡ଼ଜାତ ରାଜ୍ୟ ଗଠନ କରି ରାଜାଙ୍କ ଦ୍ୱାରା ପରୋକ୍ଷ ଭାବରେ ଶାସନ କରୁଥିଲେ। ଇଂରେଜମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନାରେ ବୌଦ୍ଧ ଗଡ଼ଜାତ ରାଜ୍ୟରେ ଶାସନ କରୁଥିଲେ ରାଜା। ବୌଦ୍ଧ ଗଡ଼ଜାତର ରାଜା ନାରାୟଣ ପ୍ରସାଦ ଦେବ ପ୍ରଜାବତ୍ସଳ ଥିଲେ, ମାତ୍ର ଇଂରେଜମାନଙ୍କ ଜୁଲମ ପ୍ରଜାଙ୍କ ମଧ୍ୟରେ ଅସନ୍ତୋଷ ଭରି ଦେଇଥିଲା। ଦିନକୁ ଦିନ ଇଂରେଜମାନଙ୍କ ଅତ୍ୟାଚାର ବଢ଼ିବାରେ ଲାଗିଥିଲା । ଅତ୍ୟାଚାରରେ ସମସ୍ତେ ଅତିଷ୍ଠ ହୋଇପଡ଼ିଥିବା ବେଳେ ମୁଁହ ଖୋଲିବାକୁ ସାହସ ଜୁଟାଇ ପାରୁନଥିଲେ। ତେବେ ଏହାକୁ ଲେଖନୀ ମାଧ୍ୟମରେ ବିରୋଧ କରିଥିଲେ ବୌଦ୍ଧ ଗଡ଼ଜାତ ରାଜ୍ୟର ବସନ୍ତବାହାଲ ଗାଁରେ ଜନ୍ମଗ୍ରହଣ କରିଥିଲା ଗୌରମୋହନ ମିଶ୍ର। ଯେଉଁଥିପାଇଁ ତାଙ୍କୁ ଘର ଛାଡ଼ିବା ସହିତ ଇଂରେଜମାନଙ୍କଠାରୁ ମାଡ଼ ଖାଇବାକୁ ପଡ଼ିଥିଲା। ସ୍ୱାଧୀନତା ଦିବସରେ ସ୍ୱାଧୀନତା ସଂଗ୍ରାମୀ ଗୌରମୋହନ ମିଶ୍ରଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ହିଂମାଶୁ ଶେଖର ସାହୁ ।

ପ୍ରଶ୍ନ: ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେବାକୁ କେମିତି ମନ ବଳିଲା ?
ଉତ୍ତର: ୨୦ ଜୁଲାଇ ୧୯୨୨ରେ ମୋର ଜନ୍ମ। ମୋ ବାପା ଗଙ୍ଗାଧର ମିଶ୍ର ସେତେବେଳର ରାଜା ଶାସନରେ ରାଜାଙ୍କ ରାଜ ପୁରୋହିତ ଦାୟିତ୍ୱ ତୁଲାଉଥିଲେ । ମୋ ମାଆଙ୍କ ନାଁ ଉର୍ମିଳା ଦେବୀ। ଇଂରେଜଙ୍କ ଅତ୍ୟାଚାର ମୋତେ ବଡ଼ ଦୁଃଖ ଦେଇଥିଲା । ସେମାନଙ୍କୁ ଦେଖିଲେ ମୋ ମନରେ ରାଗ ଆସୁଥିଲା । ଏଡଓ୍ୱାର୍ଡ ଇଂରାଜୀ ବିଦ୍ୟାଳୟରେ ପଢୁଥିବା ସମୟରୁ ଇଂରେଜ ଶାସନକୁ ବିରୋଧ କରୁଥିଲି। ମୋତେ ୧୨ ବର୍ଷ ହୋଇଥିବା ବେଳେ ସ୍ୱାଧିନତା ଅନ୍ଦୋଳନରେ ଭାଗ ନେବାକୁ ନିଷ୍ପତ୍ତି ନେଇଥିଲି। ତା ପରଠାରୁ ସବୁବେଳେ ଇଂରେଜମାନଙ୍କୁ ବିରୋଧ କରି ଆସିଛି। ମୋର ବିରୋଧକୁ ଦେଖି ପାଠପଢ଼ା ସରିବା ପରେ ଇଂରେଜଙ୍କ ପରାମର୍ଶ କ୍ରମେ ୧୯୪୪ ମସିହାରେ ରାଜା ମୋତେ ଅବକାରୀ ବିଭାଗରେ ଚାକିରି ଦେଇଥିଲେ। ମାତ୍ର ଚାକିରିରେ ମନ ଲାଗିନଥିଲା । ଇଂରେଜ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଚାକିରି ଛାଡ଼ିଦେଇଥିଲି ।

ପ୍ରଶ୍ନ: ଆପଣଙ୍କ ବିରୋଧ କରିବାର ତରିକା କିପରି ଥିଲା ?
ଉତ୍ତର: ବୌଦ୍ଧ ଗଡ଼ଜାତ ରାଜ୍ୟରେ ଇଂରେଜଙ୍କ ଜୁଲମ ବଢ଼ିଯାଇଥିଲା । ବେଠି,ରସଦ ଆଦି ବ୍ୟବସ୍ଥାକୁ ନେଇ ପ୍ରଜାମାନେ ଅତିଷ୍ଠ ହୋଇପଡ଼ିଥିଲେ ମଧ୍ୟ ପ୍ରତିବାଦ କରିପାରୁନଥିଲେ। ଏସବୁ ଦେଖି ମୋ ମନ ବ୍ୟଥିତ ହୋଇପଡ଼ିଥିଲା। ଚାକିରି ଛାଡ଼ି ସ୍ୱାଧୀନ ଛାତ୍ର କଂଗ୍ରେସରେ ସାମିଲ ହୋଇଥିଲି। ବିଭିନ୍ନ ସମୟରେ ରାଜ୍ୟର ଭିନ୍ନଭିନ୍ନ ସ୍ଥାନକୁ ଯାଇ ଇଂରେଜଙ୍କ ଜୁଲୁମ ଶାସନ ଓ ବେଠୀ,ରସଦ,ମାଗଣ ଭଳି ଶାସନକୁ ବିରୋଧ କରିବାକୁ ଲୋକଙ୍କୁ ସଚେତନତା କରୁଥିଲି। କେବଳ ସଭାସମିତି କରି ଲୋକଙ୍କୁ ସଚେତନ କରୁଥିଲି ତାହା ନୁହେଁ, ଇଂରେଜ ଶାସନ ବିରୋଧରେ ବିଭିନ୍ନ ଲେଖାମାନ ମଧ୍ୟ ଲେଖୁଥିଲି ।
ଯାହାଫଳରେ ଲୋକମାନେ ସଚେତନ ହେବା ସହ ଇଂରେଜଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ସାହସ ଜୁଟାଇ ପାରୁଥିଲେ ।

ପ୍ରଶ୍ନ: ଇଂରେଜଙ୍କ ମାଡ଼ ସତ୍ତ୍ୱେ କିଭଳି ବିରୋଧ ଜାରି ରଖିଥିଲେ ?
ଉତ୍ତର: ଇଂରେଜ ଶାସନ ବ୍ୟବସ୍ଥାକୁ ଲୋକମାନେ ଧୀରେ ଧୀରେ ସ୍ୱର ଉତ୍ତୋଳନ କରୁଥାନ୍ତି। ମୁଁ ଆଗରେ ରହି ଲୋକମାନଙ୍କୁ ବଳ ଯୋଗାଉଥାଏ । ଇଂରେଜମାନଙ୍କ ନିର୍ଦ୍ଦେଶରେ ମୋ ପିତାମାତାଙ୍କୁ ଧମକ ଦିଆଯାଉଥିଲା । ଏପରିକି ସେତେବେଳର ରାଜା ମୋ ଗାଲରେ ଚାପୁଡା ମାରିଥିଲେ । ମୋତେ ବୌଦ୍ଧ ସହର ସ୍ଥିତ ପୁରୁଣା ଜେଲ ସମ୍ମୁଖରେ ଲହୁଲୁହାଣ କରାଯାଇଥିଲା। ତଥାପି ବି ମୁଁ ପଛକୁ ଫେରିନଥିଲି । ମୋ ଜିଦରେ ଅଟଳ ରହିଥିଲି । ଇଂରେଜଙ୍କ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ଦୃଢ ନିଷ୍ପତ୍ତି ନେଇଥିଲି । ସ୍ୱାଧିନତା ଆନ୍ଦୋଳନରେ ସାମିଲ ହୋଇଥିଲି । ମୁଁ ମୋ କାର୍ଯ୍ୟ କରିବାର ତରିକା ବଦଳାଇ ଦେଇଥିଲି । ସିଧାସଳଖ ଗାଁକୁ ଗାଁ ଯାଇ ସଚେତନ କରିବା ବଦଳରେ ନିଜ କଲମ ମୁନରେ ଆନ୍ଦୋଳନ ଆରମ୍ଭ କରିଥିଲେ ।

ପ୍ରଶ୍ନ: ପରିବାର ଲୋକଙ୍କୁ ହତ୍ୟା ଧମକ ମନରେ ଭୟ ସୃଷ୍ଟି କରୁନଥିଲା ?
ଉତ୍ତର: ସେତେବେଳେ ବିଭିନ୍ନ ସମୟରେ ମୋତେ ନଜର ବନ୍ଦୀ କରି ରଖାଯାଉଥିଲା। କୁଆଡ଼େ ଯାଉଛି, କାହା ସହିତ କଥାବାର୍ତ୍ତା ହେଉଛି ସେସବୁ ଉପରେ ପୁରା ଖବର ନିଆଯାଉଥିଲା । ଏହା ସହିତ ମୋ ପରିବାର ଯେହେତୁ ବୌଦ୍ଧ ରାଜାଙ୍କର ରାଜ ପୁରୋହିତ ଥିଲେ ସିଧାସଳଖ ପରିବାରକୁ ହତ୍ୟା ଧମକ ଦିଆଯାଉଥିଲା। ମାତ୍ର ସେ ସବକୁ ମୋର ଖାତିର ନଥିଲା । ଦିନେ ନା ଦିନେ ସମସ୍ତେ ମରିବେ । ମାତ୍ର ଇଂରେଜଙ୍କଠାରୁ ମାଡ଼ ଖାଇ, ତାଙ୍କ ଶାସନରେ ଅତିଷ୍ଠ ହୋଇ ମୁଁ ମରିବାକୁ ଚାହୁଁନଥିଲି । ତେଣୁ ସ୍ୱାଧିନତା ସଂଗ୍ରାମୀର ଦ୍ୱିତୀୟ ଆନ୍ଦୋଳନ ଆରମ୍ଭ କରିଥିଲି । ୧୯୪୬ ମସିହାରେ ପ୍ରଜାମଣ୍ଡଳ ଆନ୍ଦୋଳନରେ ସାମିଲ ହୋଇଥିଲି । ଏହା ପରେ ଭଗବତୀ ପାଣୀଗ୍ରାହୀ, ଗୁରୁଚରଣ ପଟ୍ଟନାୟକ,ଯୁଧୀଷ୍ଠିର ମିଶ୍ର, ମନମୋହନ ମିଶ୍ର, କପିଳେଶ୍ୱର ନନ୍ଦ ପ୍ରମୁଖଙ୍କ ଦ୍ୱାରା ପ୍ରଭାବିତ ହୋଇ ସାମ୍ୟବାଦୀ ଚିନ୍ତାଧାରା ପ୍ରତି ଆକୃଷ୍ଟ ହୋଇଥିଲି ।

ପ୍ରଶ୍ନ: କ’ଣ ଥିଲା ଆନ୍ଦୋଳନର ଦ୍ୱିତୀୟ ପର୍ଯ୍ୟାୟ ?
ଉତ୍ତର: ସେତେବେଳେ ସବୁଆଡୁ ଅଙ୍କୁଶ ଲଗାଇବା ପରେ ଶେଷରେ ଇଂରେଜ ଶାସନ ବିରୁଦ୍ଧରେ ଲୋକଙ୍କୁ ସଚେତନତା କରିବା ପାଇଁ ନିଜ କଲମ ମୁନକୁ ଶସକ୍ତ କରିଥିଲି। ନିଜ କଲମ ମୁନରେ ମୁକ୍ତିଯୁଦ୍ଧ,ଗଡଜାତ,ଖଣ୍ଡିଆଭୁତ,ପ୍ରଜାମଣ୍ଡଳ ଏବଂ ସ୍ୱାଧୀନ ବୌଦ୍ଧ ବାର୍ତ୍ତା ଲେଖା ଜରିଆରେ ବ୍ୟବସ୍ଥାକୁ ନେଇ ଲୋକଙ୍କୁ ସଚେତନତା କରିଥିଲି। ଏସବୁ ଲେଖା ପଢ଼ିବା ପରେ ଇଂରେଜ ଶାସନ ବ୍ୟବସ୍ଥାକୁ ନେଇ ଚୁପଚାପ ସହିଯାଉଥିବା ପ୍ରଜାମାନେ ପ୍ରଶ୍ନ ଉଠାଇବା ଆରମ୍ଭ କରିଥିଲେ। ଏହାପରେ ମୋତେ ତାଗିତ କରିବାକୁ ମୋ ପରିବାର ଲୋକଙ୍କ ଉପରେ ଚାପ ପକାଯାଉଥିଲା । ଏହା ସହିତ ମୋତେ ନିର୍ଧୁମ ମାଡ଼ ମରାଯାଇଥିଲା । ସେଥିରେ ମଧ୍ୟ ମୁଁ ଡରିଯାଇନଥିଲି । ପୂର୍ବଭଳି ଲେଖା ଜାରି ରଖିଥିଲି । ପରେ ମୋତେ ଗିରଫ କରିବାକୁ ଓ୍ୱାରେଣ୍ଟ ଜାରି କରାଯାଇଥିଲା । ଶେଷରେ ଅଞ୍ଚଳ ଛାଡ଼ି ଚାଲିଯିବାକୁ ଚେତାବନୀ ଦିଆଯାଇଥିଲା ।

ପ୍ରଶ୍ନ: ଏହା ପରେ କଣ ହୋଇଥିଲା ?
ଉତ୍ତର: ପରିବାରକୁ ଧମକ, ନିସ୍ତୁକ ମାଡ଼, ଗିରଫଦାରିକୁ ଖାତିର ନକରି ଇଂରେଜଙ୍କ ଦ୍ୱାରା ପରିଚାଳିତ ରାଜତନ୍ତ୍ର ବିରୋଧରେ ସଂଗ୍ରାମ ଜାରି ରଖିଥିଲି। ଏତେ ସବୁ ପରେ ସେତେବେଳେ ନଟବର ପ୍ରଧାନ,ଯୁଧିଷ୍ଠିର ପ୍ରଧାନ,ପିତବାସ ପ୍ରଧାନ ମୋତେ ଅଞ୍ଚଳ ଛାଡ଼ିଦେବାକୁ ପରାମର୍ଶ ଦେଇଥିଲେ। ସେମାନଙ୍କ ପରାମର୍ଶ କ୍ରମେ ରାତିଅଧିଆ ମହାନଦୀର ଗଭୀର ଜଳରାଶିରେ ନଦୀ ପାର ହୋଇ ପ୍ରଥମେ କଦଳୀଗଡ଼, ପରେ ରେଢାଖୋଲ ହୋଇ ଚାଲିଚାଲି ସମ୍ବଲପୁର ଠାରେ ପହଁଚିଥିଲି। ସେଠାରେ ଦୟାନନ୍ଦ ଶତପଥିଙ୍କ ପରାମର୍ଶକ୍ରମେ କମ୍ୟୁନିଷ୍ଟ କାର୍ଯ୍ୟାଳୟରେ ରହି ନିଜ କଲମ ମୁନକୁ ଶକ୍ତ ଓ ସୁଦୃଢ କରି ଲୋକଙ୍କୁ ଇଂରେଜ ଶାସନର କୁତ୍ସିତ ବ୍ୟବସ୍ଥା ଉପରେ ଅଧିକ ଲେଖାମାନ ଲେଖିଥିଲି । ଏହି ଲେଖା ସବୁ ପଢ଼ି ଲୋକମାନେ ଅଧିକ ସଚେତନ ହେଉଥିବା ମୋତେ କୁହାଯାଇଥିଲା । ମହାତ୍ମାଗାନ୍ଧୀ ଯେତେବେଳେ ଝାରସୁଗୁଡ଼ା ଆସିଥିଲେ ସେ ସଭାରେ ମଧ୍ୟ ଯୋଗ ଦେଇଥିଲି ।

ପ୍ରଶ୍ନ: ଏବେ କଣ ଅନୁଭବ କରୁଛନ୍ତି ?
ଉତ୍ତର: ମୋତେ ଏବେ ୧୦୦ ବର୍ଷ ପାର ହୋଇସାରିଲାଣି। କାନକୁ ଭଲରେ ଶୁଭୁନି କି ଆଖିକୁ ଆଉ ଭଲରେ ଦେଖା ଯାଉନି। ଆଶାବାଡି ହିଁ ଏକମାତ୍ର ସାହାରା । ଇଂରେଜ ଶାସନ ସମୟରେ ଇଂରେଜଙ୍କ ଶାସନ ବ୍ୟବସ୍ଥାକୁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ବିରୋଧ କରିଥିଲି। ସେମାନଙ୍କୁ ଆମ ଦେଶରୁ ବିତାଡିତ କରିଛୁ,ଆମେ ସ୍ୱାଧୀନ ହୋଇଛୁ ସେତିକି ଭାବିଦେଲେ ଭାରି ଖୁସି ଲାଗୁଛି । ଏବେ ବି ସେ କଥା ମନେ ପଡ଼ିଗଲେ ରାଗ ଆସିଯାଉଛି । ଏବେ ଆମ ସ୍ୱାଧୀନ ଭାବରେ ବଞ୍ଚୁଛେ ସେତକ ହିଁ ଯଥେଷ୍ଟ ।

Tags: NULL
ShareTweetSendShare

RelatedNews

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର
Latest News

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
Latest News

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଆଜି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ରେଜଲ୍ଟ
Latest News

ଆଜି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ରେଜଲ୍ଟ

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?
Latest News

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?
Latest News

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.