ନ୍ୟୁଜ୍ 365(ବ୍ୟୁରୋ): ବିଜେପିର ବରିଷ୍ଠ ନେତା ତଥା ବରଗଡ଼ ସାଂସଦ ସୁରେଶ ପୂଜାରୀ ଅସୁସ୍ଥ। ହାର୍ଟରେ ଏକାଧିକ ବ୍ଲକେଜ୍ ପାଇଁ କାର୍ଡିଓଲୋଜି ଡିପାର୍ଟମେଣ୍ଟରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି ସାଂସଦ ପୂଜାରୀ। ତାଙ୍କ ହାର୍ଟରେ ୪ଟି ଷ୍ଟେଣ୍ଟ ଲଗାଯାଇଛି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଡାକ୍ତର ଚିକିତ୍ସା ଜାରି ରଖିଛନ୍ତି।
ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ସାଂସଦ ସୁରେଶ ପୂଜାରୀ। ତେଣୁ ସେ ଦିଲ୍ଲୀ ଏମ୍ସରେ ଆବଶ୍ୟକ ପରୀକ୍ଷା କରାଇଥିଲେ। ତାଙ୍କ ହାର୍ଟରେ ଏକାଧିକ ବ୍ଳକେଜ ଥିବା ପରୀକ୍ଷା ବେଳେ ଜଣାପଡ଼ିଥିଲା। ତେଣି ତାଙ୍କୁ ଅପରେସନ ଆବଶ୍ୟକ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ଆଜି ଦିଲ୍ଲୀ ଏମ୍ସରେ ଦିନ ପ୍ରାୟ ୧୨ଟା ବେଳେ ସାଂସଦ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ଜରିଆରେ ହୃତପିଣ୍ଡରେ ଲଗାଯାଇଛି ୪ଟି ଷ୍ଟେଣ୍ଟ ।