ଓଡିଶା ନ୍ୟୁଜ୍ 365 (ବ୍ୟୁରୋ): ଆଜିକାଲିର ଅସ୍ୱାସ୍ଥ୍ୟକର ଖାଦ୍ୟଶୈଳୀ ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି କରିଥାଏ । ଏଥିପାଇଁ ଆମକୁ ବାରମ୍ବାର ହସ୍ପିଟାଲ୍ ଦୌଡିବାକୁ ପଡିଥାଏ । ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥାଏ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଫଳର ନାଁ କହିବୁ ଯାହାଦ୍ୱାରା ଆପଣଙ୍କ ଶରୀରକୁ ରୋଗ ସ୍ପର୍ଶ କରିପାରିବ ନାହିଁ ।
ଆପଣଙ୍କ ବାଡିରେ ଅମୃତ ଭଣ୍ଡା ନିଶ୍ଚୟ ଫଳୁଥିବ । ଅମୃତଭଣ୍ଡା ଏମିତି ଏକ ଫଳ ପାଚିଲା ହେଉ ଅବା କଞ୍ଚା ଏହାକୁ ଖାଇବାକୁ ସମସ୍ତେ ଭଲପାଇଥାନ୍ତି । ହେଲେ ଆପଣ ଜାଣନ୍ତି କି କଞ୍ଚା ଅମୃତଭଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ହୋଇଥାଏ ।
କଞ୍ଚା ଅମୃତଭଣ୍ଡାରେ ଭିଟାମିନ ଇ,ସି,ଏ ସହ ଆଣ୍ଟି-ଅକ୍ସିଡାଣ୍ଟ, ଅନ୍ୟାନ୍ୟ ପୋଷକ ତତ୍ତ୍ୱ କର୍କଟ ରୋଗରୁ ରକ୍ଷା କରିବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ନିୟମିତ ଭଣ୍ଡା ଖାଇଲେ ଚର୍ମ ଜନିତ ରୋଗରୁ ମୁକ୍ତି ମିଳିଥାଏ। ଏହାସହ ଥଣ୍ଡା, କାଶ ,ଜ୍ୱର ହେଉଥିଲେ ଏହାର ପତ୍ରକୁ ବାଟିକି ପିଇବା ଦ୍ୱାରା ଶରୀରରୁ ସବୁ ରୋଗ ଦୂର ହୋଇଯାଇଥାଏ ।
ଖାଲି ଏତିକି ନୁହେଁ ଏହାକୁ ଖାଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ସିଝା ଭଣ୍ଡାକୁ ନିୟମିତ ଖାଇଲେ ଶରୀରରେ ବହୁ ମାତ୍ରାରେ ରକ୍ତ ହୋଇଥାଏ। ମୁହଁରେ ଲଗାଇଲେ ମୁହଁ ଖୁବ ଉଜ୍ଜଳ ହୋଇଥାଏ। ଏହାସହ ଗ୍ୟାଷ୍ଟ୍ରିକ, ପେଟ ଯନ୍ତ୍ରଣା ଓ ପାଚନ ଜନିତ ସମସ୍ୟା, ଆଣ୍ଠୁଗଣ୍ଠି ଯନ୍ତ୍ରଣା ମଧ୍ୟ ଦୂର ହୋଇଥାଏ ।