ଓଡ଼ିଶା 365:(ବ୍ୟୁରୋ) ଅନ୍ୟ ପ୍ରଦେଶ ଭଳି ଜମ୍ମୁ କଶ୍ମୀରରେ ମଧ୍ୟ ଧୁମ ଧାମରେ ପାଳନ ହେବ ସ୍ବାଧୀନତା ଦିବସ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି ହୋଇଛି । ସବୁଠୁ ବଡ଼ କଥା ହେଉଛି, ଚଳିତ ବର୍ଷ ସ୍ବାଧୀନତା ଦିବସ ଉତ୍ସବ ପାଳନ ସମୟରେ କଶ୍ମୀରରେ ନା କୌଣସି ପ୍ରତିବନ୍ଧକ କିମ୍ବା ଇଣ୍ଟରନେଟ ସେବା ବନ୍ଦ କରାଯାଇନାହିଁ। ସମଗ୍ର ଜମ୍ମୁ କାଶ୍ମିରେ ଇଣ୍ଟରନେଟ ସେବା ସ୍ବାଭାବିକ ରହିବ । କେନ୍ଦ୍ର ଶାସିତ ପ୍ରଦେଶରେ ଏହା କ୍ରମାଗତ ଦ୍ୱିତୀୟ ବର୍ଷ ଯେତେବେଳେ ଅଗଷ୍ଟ ୧୫ରେ ଇଣ୍ଟରନେଟ ସେବା ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ।
କଶ୍ମୀରରେ ଅଗଷ୍ଟ ୧୫ ଏବଂ ଜାନୁୟାରୀ ୨୬ ଭଳି ଜାତୀୟ ଉତ୍ସବ ଅବସରରେ ଉପତ୍ୟକାରେ ପ୍ରଥମେ ଇଣ୍ଟରନେଟ ନିଷେଧ କରାଯାଉଥିଲା । କିନ୍ତୁ ବର୍ତ୍ତମାନ ତାହା ସେପରି ହେବ ନାହିଁ। ଚଳିତ ବର୍ଷ ସ୍ବାଧୀନତା ଦିବସ ଅବସରରେ ଉପତ୍ୟକାରେ ଇଣ୍ଟରନେଟ ସେବା ଚାଲୁ ରହିବ। ତେବେ କୌଣସି ଅଘଟଣକୁ ରୋକିବା ପାଇଁ ପ୍ରମୁଖ ସ୍ଥାନଗୁଡିକରେ ପ୍ରଶାସନିକ ବ୍ୟବସ୍ଥା କରାଯାଇଛି ।