ନ୍ୟୁଜ୍ 365(ବ୍ୟୁରୋ): ପଞ୍ଚଭୂତରେ ଲୀନ ହେଲା ସହିଦ ଯବାନ ନିଳାଞ୍ଚଳ ପଟେଲଙ୍କ ପାର୍ଥିବ ଶରୀର । ୨୧ ତୋଫ ସଲାମିରେ ଗାର୍ଡ ଅଫ ଅନରରେ ବୀର ପୁଅ ପୁଅକୁ ବିଦାୟ ଦେଲା ଏ ମାଟି। ଦିନେ ଦେଶକୁ ସୁରକ୍ଷା ଦେବାର ଯେଉଁ ଶପଥ ନେଇଥିଲେ ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରି ସେ ଆଜି ସ୍ବର୍ଗବାସୀ ହୋଇଯାଇଛନ୍ତି। ମଣିପୁରରେ କାର୍ଯ୍ୟରତ ଥିବା ବେଳେ ସଡ଼କ ଦୁର୍ଘଟଣାରେ ତାଙ୍କର ଜାବନ ଯାଇଛି। ଆଜି ତାଙ୍କ ଆବର୍ତ୍ତମାନରେ ତାଙ୍କୁ ଝୁରିହେଉଛି ସମଗ୍ର ଅଞ୍ଚଳ।
ଗତ ୨୦୦୦ ମସିହାରୁ ଦେଶ ମାତୃଭୂମି ପାଇଁ ସେବା କରି ଆସୁଥିଲେ ନିଳାଞ୍ଚଳ। ଶୁକ୍ରବାର ରାତିରେ ନୀଳାଚଳ ଆସାମର ଦୀନାପୁରରେ ଅନ୍ୟ ଯବାନଙ୍କ ସହ ରାତ୍ରୀକାଳିନ ଡ୍ୟୁଟି କରୁଥିବା ସମୟରେ ସଡ଼କ ଦୁର୍ଘଟଣାରେ ନୀଳାଚଳ ସହିଦ ହୋଇଯାଇଛନ୍ତି ।