ଓଡ଼ିଶା365(ବ୍ୟୁରୋ): ଚୀନ୍ ସରକାର ତା’ର ପିପୁଲ୍ସ ଲିବରେସନ୍ ଆର୍ମି ରକେଟ୍ ଫୋର୍ସର ଦୁଇ ଜଣ ଅଧିକାରୀଙ୍କୁ ସେମାନଙ୍କ ପଦରୁ ହଟାଇ ଦେଇଛନ୍ତି। ରକେଟ୍ ଫୋର୍ସର ଦୁଇ ଶୀର୍ଷ ବ୍ୟକ୍ତି ପୂର୍ବତନ କମାଣ୍ଡର ଲି ୟୁଚାଓ ଏବଂ ତାଙ୍କ ଡେପୁଟି କମାଣ୍ଡର ଲିଉ ଗୁଆଙ୍ଗବିନଙ୍କୁ ପଦରୁ ହଟାଇ ଦିଆଯାଇଛି। ସରକାରଙ୍କ ଏହି ନିଷ୍ପତ୍ତି ପରେ ବିଭିନ୍ନ ପ୍ରଶ୍ନ ଉଠିଛି। ଚୀନ୍ ରାଜନୀତି ଉପରେ ନଜର ରଖୁଥିବା କାନାଡାର କନସଲଟାନ୍ସି ସେରସିୟସ୍ ନାମକ ପତ୍ରିକା ଗତ ମାସରେ ରିପୋର୍ଟ କରିଥିଲା ଯେ ପିପୁଲ୍ସ ଲିବରେସନ୍ ଆର୍ମି ରକେଟ୍ ଫୋର୍ସର ଜଣେ ବା ଦୁଇଜଣ ନୁହେଁ ପାଖାପାଖି ୧୦ଜଣ ଅଧିକାରୀଙ୍କ ଉପରେ ଖଣ୍ଡା ଝୁଲୁଛି। ବର୍ତ୍ତମାନ ଦୁଇ ଜଣଙ୍କୁ ପଦରୁ ହଟାଇ ଦେବାପରେ ଅନ୍ୟ ଅଧିକାରୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି କାରଣ ଗତ ଦଶନ୍ଧି ମଧ୍ୟରେ ଚୀନର ସେନାରେ ଏହା ସବୁଠାରୁ ବଡ ପରିବର୍ତ୍ତନ ବୋଲି କୁହାଯାଉଛି । ଆଗକୁ ମଧ୍ୟ କେତେକ ଅଧିକାରୀଙ୍କୁ ବିଦା କରାଯିବା ନେଇ ସୂଚନା ରହିଛି ।