ଓଡିଶା 365 (ବ୍ୟୁରୋ): ସୁନ୍ଦର ହେବା ପାଇଁ କିଏ ବା ନଚାହେଁ । ପୁରୁଷ ହୁଅନ୍ତୁ କିମ୍ବା ମହିଳା ସୁନ୍ଦର ଚେହେରା ସମସ୍ତଙ୍କର ପସନ୍ଦ । ବିୟୁଟିପାର୍ଲର ଠାରୁ ଆରମ୍ଭ କରି ଘରୋଇ ଫେସିଆଲ ପର୍ଯ୍ୟନ୍ତ ଅନେକ ଉପାୟ ଆପଣେଇଥାନ୍ତି ଯୁବପିଢ଼ି । ହେଲେ ଆପଣ ଜାଣନ୍ତି କି , ଆପଣ ଖାଉଥିବା ପନିପରିବା ହିଁ ଆପଣଙ୍କ ତ୍ୱଚାକୁ ଉଜ୍ଜଳ କରିବ । ଆଳୁରେ ଜିଙ୍କ୍, ଆଇରନ, ପ୍ରୋଟିନ ସହ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି। ଏହା ତ୍ୱଚାରୁ ଦାଗ ଦୂର କରିବା ସହ ସୌନ୍ଦର୍ୟ୍ୟକୁ ଦ୍ୱିଗୁଣିତ କରିଥାଏ। ଏହାସହ ତ୍ୱଚାରୁ ଦାଗ,କୁଞ୍ଚନ,ବ୍ରଣ ଦାଗ,ଟାନିଙ୍ଗ୍ ମଧ୍ୟ ଦୂର ହୋଇଥାଏ।
ଆଳୁ ରସରେ ଏଲୋବେରା ଜେଲ୍, ଭିଟାମିନ୍ ଇ ପକାଇ ଏହାକୁ ଭଲ ଭାବେ ମିଶାଇ ମୁହଁରେ ଲଗାନ୍ତୁ। ଏହି ପ୍ୟାକ୍କୁ ଲଗାଇବା ଦ୍ୱାରା ତ୍ୱଚାରୁ କୁଞ୍ଚନ ଦୂର ହୋଇଥାଏ। ଏହାସହ ଏକ ଚାମଚ ଆଳୁ ରସରେ ମହୁ ଓ କଞ୍ଚା କ୍ଷୀର ଏବଂ ଗ୍ଲିସରିନ୍ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ଯାହାଦ୍ୱାରା ଆପଣଙ୍କ ତ୍ୱଚା ଉଜ୍ଜଳ ଦିଶିବ । ଏହାସହ ଆଳୁ ରସରେ ସାମାନ୍ୟ ହଳଦୀ ମିଶାଇ ମୁହଁରେ ଲଗାନ୍ତୁ। ଏହା ତ୍ୱଚାରେ ଥିବା ଦାଗପଣକୁ ଦୂର କରିବ । ସେହିପରି ଏକ ଚାମଚ ଆଳୁ ରସରେ ଟମାଟୋ ରସ ମିଶାନ୍ତୁ। ଏହି ପ୍ୟାକ୍କୁ ଲଗାଇବା ଦ୍ୱାରା ଆପଣଙ୍କ ତ୍ୱଚା କାଚ ଭଳି ଚମକି ଉଠିବ ।