ଓଡ଼ିଶା 365:(ବ୍ୟୁରୋ) ଛାତ୍ର ଛାତ୍ରୀ ମାନେ ମାତୃଭାଷା ସହ ହିନ୍ଦୀ ଭାଷା ଶିଖିବା ନିହାତି ଜରୁରୀ। ଗୁଜରାଟ ଅହମ୍ମଦାବାଦ୍ଠାରେ ଥିବା ଭାରତୀୟ ଶିକ୍ଷା ସଂସ୍ଥାନ(ଆଇଆଇଟିଇ)ଏକ ସମାରୋହରେ ଯୋଗଦେଇ ଏଭଳି କହିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ । ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ଶାହ କହିଛନ୍ତି, ଗୁଜରାଟର ଜଣେ ପିଲା ଉଭୟ ଗୁଜରାଟୀ ଏବଂ ହିନ୍ଦୀ ଶିଖିବା ଉଚିତ, ସେହିପରି ଜଣେ ଆସାମୀୟ ଉଭୟ ଆସାମୀୟ ଓ ହିନ୍ଦୀ ଭାଷା ଶିଖିବା ଉଚିତ ହିନ୍ଦୀ। ଜଣେ ତାମିଲ ତାମିଲ ଏବଂ ହିନ୍ଦୀ ଶିଖିବା ଉଚିତ। ଯଦି ଏହା ଘଟେ, ତା’ହେଲେ ଆମ ଦେଶକୁ ଆଗକୁ ବଢିବାକୁ କେହି ଅଟକାଇ ପାରିବେ ନାହିଁ। ଛାତ୍ରଛାତ୍ରୀମାନେ ସଂସ୍କୃତ ଭାଷା, ଉପନିଷଦ ଏବଂ ବେଦରେ ଉପଲବ୍ଧ ଜ୍ଞାନର ସମ୍ପଦ ମଧ୍ୟ ବ୍ୟବହାର କରିବା ଉଚିତ । ସେହିପରି ସ୍ବରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ, ସେ ଇଂରାଜୀ ବିରୋଧୀ ନୁହଁନ୍ତି, କାରଣ ଭାରତ ଏପରି ଦେଶ, ଯାହା କୌଣସି ପ୍ରକାରର ଜ୍ଞାନକୁ ବିରୋଧ କରିପାରିବ ନାହିଁ। ଆମର ସମସ୍ତ ସଂସ୍କୃତି, ଇତିହାସ, ସାହିତ୍ୟ ଏବଂ ବ୍ୟାକରଣ ଧାରଣ କରିଥିବାରୁ ସମସ୍ତ ଭାରତୀୟ ଭାଷାକୁ ସଂରକ୍ଷଣ ଏବଂ ପ୍ରୋତ୍ସାହିତ କରିବା ତୁମମାନଙ୍କର ଦାୟିତ୍ୱ ଅଟେ। ଆମ ଭାଷାକୁ ମଜଭୁତ କରିବାକୁ ପଡିବ। ଜାତୀୟ ଶିକ୍ଷା ନୀତି ୨୦୨୦ର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ପିଲାମାନଙ୍କୁ ମାତୃଭାଷାରେ ଶିକ୍ଷା ଦେବା।