ଓଡ଼ିଶା 365 (ବ୍ୟୁରୋ): ଚନ୍ଦ୍ରର ଆହୁରି ନିକଟତର ହୋଇଛି ଚନ୍ଦ୍ରୟାନ-୩ । ଚନ୍ଦ୍ରୟାନ-୩ ଚନ୍ଦ୍ରର ଆହୁରି ନିକଟତର ହୋଇଛି ବୋଲି ଭାରତୀୟ ମହାକାଶ ସଂଗଠନ ଗବେଷଣା (ଇସ୍ରୋ) ସୂଚନା ଦେଇଛି । ଇସ୍ରୋର ସୂଚନା ଅନୁସାରେ, ସୋମବାର ଚନ୍ଦ୍ରୟାନ-୩ ଚନ୍ଦ୍ରର ଚତୁର୍ଥ କକ୍ଷପଥରେ ପ୍ରବେଶ କରିଛି । ବର୍ତ୍ତମାନ ଚନ୍ଦ୍ରର ୧୫୦କି.ମି. x ୧୭୭ କି.ମି. କକ୍ଷପଥରେ ଘୂରି ବୁଲୁଛି ବୋଲି ଇସ୍ରୋ ଟୁଇଟ କରିଛି । ସେହିପରି ଚନ୍ଦ୍ରୟାନ-୩ ସଫଳତାପୂର୍ବକ ଚନ୍ଦ୍ରର ନିକଟତମ କକ୍ଷପଥରେ ପହଞ୍ଚିଛି। ଅଗଷ୍ଟ ୧୬ରେ ଚନ୍ଦ୍ରୟାନ-୩ ଚନ୍ଦ୍ରର ଆହୁରି ନିକଟତର ହେବ। ଇସ୍ରୋ ଏହାପୂର୍ବରୁ ଏକ ପୋଷ୍ଟ କରି କହିଥିଲା ଯେ, ଅଗଷ୍ଟ ୧୪ରେ ଶେଷ କକ୍ଷପଥ କରିବା ପରେ ପୂର୍ବାହ୍ନ ୧୧.୩୦ ରୁ ୧୨.୩୦ମଧ୍ୟରେ ଚନ୍ଦ୍ର ପୃଷ୍ଠର ଆହୁରି ନିକଟରେ ପହଞ୍ଚିବ। ବର୍ତ୍ତମାନ ଚନ୍ଦ୍ରୟାନ ଚନ୍ଦ୍ର ପୃଷ୍ଠରୁ ୧୪୩୭ କିଲୋମିଟର ଦୂରରେ ଅଛି।