ନ୍ୟୁଜ୍ 365 (ବ୍ୟୁରୋ): ବ୍ୟସ୍ତ ବହୁଳ କର୍ମମୟ ଜୀବନ ଭିତରେ ମନ୍ୟୁଷ ନିଜକୁ ସମୟ ଦେବା ଭୁଲିଯାଉଛି । ବର୍ତ୍ତମାନ ଅନେକ ଲୋକଙ୍କ ଶରୀରରେ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି ହେଉଛି । ଆଉ ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ଅନେକ ପ୍ରକାରର ମେଡିସିନ୍ ମଧ୍ୟ ବ୍ୟବହାର କରୁଛନ୍ତି । ବର୍ତ୍ତମାନ ସମୟରେ ସମସ୍ତଙ୍କ ଜୀବନରେ ଏକ ପ୍ରମୁଖ ସମସ୍ୟା ପାଲଟିଛି ମୁଣ୍ଡବିନ୍ଧା । ଅନେକ ଲୋକ ସକାଳୁ ଉଠିବା ପରେ ସେମାନଙ୍କ ମୁଣ୍ଡ ବିନ୍ଧା ହୋଇଥାଏ। ଏହାଦ୍ୱାରା ଦିନତମାମ ଆପଣ ବ୍ୟସ୍ତ ବିବ୍ରତା ଅନୁଭବ କରିଥାନ୍ତି । କାମ କରିବାକୁ କିମ୍ବା ଖାଦ୍ୟ ଖାଇବାକୁ ମଧ୍ୟ ଇଚ୍ଛା ହୋଇନଥାଏ।
ଆପଣ ଜାଣନ୍ତି କି ଏସବୁ ହବାର ମୁଖ୍ୟ କାରଣ କ’ଣ? ସଠିକ୍ ଭାବେ ଭୋଜନ ନକରିବା, ଉପବାସ ରହିବା ମୁଣ୍ଡ ବିନ୍ଧାର ମୁଖ୍ୟ କାରଣ। ଖାଦ୍ୟରେ ପୋଷକ ତତ୍ତ୍ୱର ଅଭାବ ହେବା ମଧ୍ୟ ମୁଣ୍ଡ ବିନ୍ଧାର ଏକ ପ୍ରମୁଖ କାରଣ। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ନିଜ ଦୈନନ୍ଦିନ ଖାଦ୍ୟରେ ସେଓକୁ ସାମିଲ କରନ୍ତୁ। ସେଓରେ ବିପୁଳ ମାତ୍ରାରେ ପୋଟାସିୟମ, ଆଇରନ,ଫାଇବର ଓ ଭିଟାମିନ୍ ସି ରହିଛି। ନିୟମିତ ସେଓ ଖାଇବା ଦ୍ୱାରା ଧିରେ ଧିରେ ମୁଣ୍ଡ ବିନ୍ଧା ସମସ୍ୟାରୁ ମୁକ୍ତି ମିଳିଥାଏ। ସେଓରେ ଥିବା ପୋଟାସିୟମ ମୁଣ୍ଡ ବିନ୍ଧା ଦୂର କରିଥାଏ। ସେଓ ବ୍ୟତୀତ କଦଳୀ, ତରଭୂଜ ମଧ୍ୟ ସେବନ କରିପାରିବେ।
ଏହାସହ ନିୟମିତ ମୁଣ୍ଡ ବିନ୍ଧା ହେଉଥିଲେ ନିଜ ଖାଦ୍ୟରେ ଦହି ସେବନ କରନ୍ତୁ। ଦହିର ସେବନ କରିବା ଦ୍ୱାରା ମୁଣ୍ଡ ବିନ୍ଧା ଦୂର ହୋଇଥାଏ। ଖାଲି ଏତିକି ନୁହେଁ ଦୈନନ୍ଦିନ ଜୀବନରେ ପଇଡ଼ ପାଣି ସେବନ କରନ୍ତୁ । ପଇଡ ପାଣି ପିଇବା ଦ୍ୱାରା ମୁଣ୍ଡ ବିନ୍ଧା ଦୂର ହୋଇଥାଏ। ଏଥିରେ ପୋଟାସିୟମ, ଫାଇବର, ପ୍ରୋଟିନ୍ , ଭିଟାମିନ୍ ସି ଭରି ରହିଛି। ତେବେ ଏହିସବୁ ସେବନ କରିବା ଦ୍ୱାରା ଧୀରେ ଧୀରେ ଆପଣଙ୍କ ମୁଣ୍ଡ ବିନ୍ଧା ସମସ୍ୟା ଦୂର ହୋଇଯିବ ।