ପାକିସ୍ତାନରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ଘଟିଛି । ପାକିସ୍ତାନର ବନ୍ଦର ସହର ଗ୍ବଦାରରେ ଆଜି ଚୀନର ଇଞ୍ଜିନିୟରମାନଙ୍କୁ ନେଇ ଯାଉଥିବା ଏକ ଗାଡ଼ି ପଟୁଆର ଉପରେ ଆତଙ୍କବାଦୀ ସଂଗଠନ ବେଲୁଚ୍ ଲିବରେସନ ଆର୍ମି (ବିଏଲ୍ଏ) ଆତ୍ମଘାତୀ ଆକ୍ରମଣ କରିଛି। ଏଥିରେ ଚୀନର ୪ ଜଣ ଇଞ୍ଜିନିୟର ଏବଂ ସେନାର ୯ ଜଣଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ସେନାର ପାଲଟା ଆକ୍ରମଣରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଚୀନର ଆର୍ଥିକ ସହାୟତାରେ ଗ୍ବଦାର ବନ୍ଦର ନିର୍ମାଣ ହେଉଛି। ଏଥିରେ ଚୀନର ଇଞ୍ଜିନିୟରମାନେ କାର୍ୟ୍ୟ କରୁଛନ୍ତି। ବେଲୁଚିସ୍ତାନ ଲିବରେସନ ଆର୍ମିର ଆତ୍ମଘାତୀ ସ୍କ୍ବାଡ୍ ମଜିଦ ବ୍ରିଗେଡ ପକ୍ଷରୁ ଆତ୍ମଘାତୀ ଆକ୍ରମଣ କରାଯାଇଛି ବୋଲି ନ୍ୟୁଜ ଏଜେନ୍ସି ଆସୋସିଏଟେଡ ପ୍ରେସ୍ ସୂଚନା ଦେଇଛି।