ନ୍ୟୁଜ୍ 365(ବ୍ୟୁରୋ): ଗତ କିଛି ମାସ ହଲେ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ଅଘୋଷିତ ମେଣ୍ଟ ଶାସନ ଚାଲିଥିବା ଚାଜନୈତିକ ମହଲରେ ଟୁପୁରୁ ଟାପୁରୁ ଚାଲିଛି। ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇ ଦେଇଛି କିଛିଦିନର ଅମିତ ଶାହ ଆଉ ନବୀନ ପଟ୍ଟନାୟକଙ୍କ ଭେଟଘାଟକୁ। ହେଲେ ଏହାକୁ ଖଣ୍ଡନ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି ବିଜେପି ଓ ବିଜେଡି ବିରୋଧରେ ମେଣ୍ଟ ହେବ ନାହିଁ। ଉଭୟ ଦଳ ମଧ୍ୟରେ ମେଣ୍ଟ ହେବାର କୌଣସ ପ୍ରଶ୍ନ ଉଠୁ ନାହିଁ। ଆଦରଣୀୟ କେନ୍ଦ୍ର ମନ୍ତ୍ରୀମାନେ ପୂର୍ବରୁ ଏହା କହି ସାରିଛନ୍ତି। ଏଥର ନିର୍ବାଚନରେ ବିଜେପି ବିରୋଧରେ ବିଜେଡି ଯିବ, ବିଜେଡି ବିରୋଧରେ ବିଜେପି ଆସିବ।
କହିରଖୁ କି, ଭୁବନେଶ୍ୱରରେ ବିଜେପି ପକ୍ଷରୁ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଆଗୁଆ ନିର୍ବାଚନ ନେଇ ଯେଉଁ ପର୍ଯ୍ୟନ୍ତ ରାଜ୍ୟ ପ୍ରସ୍ତାବକୁ କେନ୍ଦ୍ର ଅନୁମୋଦନ କରିନି କିପରି ହେବ? ଆଗୁଆ ନିର୍ବାଚନ ନେଇ ରାଜ୍ୟ ପ୍ରସ୍ତାବ ଦେଇଛି କି ନାହିଁ ଜଣାନାହିଁ। ହୁଏତ ଏହା କଳ୍ପନାଜଳ୍ପନା ହୋଇ ଥାଇପାରେ। ଲୋକଙ୍କ ପାଇଁ କାମ କରିବାକୁ ବିଜୁ ଜନତା ଦଳ ୫ ବର୍ଷ ଜନାଦେଶ ପାଇଛି। ଆଗୁଆ ନିର୍ବାଚନ ପାଇଁ କାହିଁକି ଏତେ ହରବର ହେଉଛି? ଯେବେ ବି ଓଡ଼ିଶାରେ ନିର୍ବାଚନ ହେବ ଆମେ ପ୍ରସ୍ତୁତ ରହିଛୁ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ।