ନ୍ୟୁଜ୍ 365(ବ୍ୟୁରୋ): ଗାଁ ଗାଁରେ ବୁଲୁଛନ୍ତି ଦନ୍ତା ପହ୍ଲ । କୋଉଛି ଘର ଭାଙ୍ଗୁଛନ୍ତି ତ କୋଉଠି ଫସଲ ନଷ୍ଟ କରୁଛନ୍ତି। ଏନେଇ ସୁନ୍ଦରଗଡ ଜିଲ୍ଲା ବଣାଇର ଡିଡିପାଲି, ତଳିତା, ସାନଗୋଗୁଆ, କେଲ, କଂସର ଅଞ୍ଚଳର ଲୋକେ ଦନ୍ତା ଆତଙ୍କରେ ଭ.ଭୀତ ଅଛନ୍ତି। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୮ ଦିନ ହେବ ଲୋକଙ୍କ ନିଦ ହଜାଇ ଦେଇଛନ୍ତି ଏହି ଦନ୍ତା ।
ସବୁଠୁ ବଡ଼ କଥା ହେଲା ହାତୀଙ୍କ ଏଭଳି ଉତ୍ପାତ ଦେଖି ଅତିଷ୍ଠ ହୋଇପଡ଼ଲେଣି ଚାଷୀ । ତେବେ ହାତୀଙ୍କୁ ଜଙ୍ଗଲକୁ ଘଉଡାଇବାକୁ ଉଦ୍ୟମ ଚଳାଇଛି ବନ ବିଭାଗ ।