ନ୍ୟୁଜ 365 (ବ୍ୟୁରୋ): ଆସନ୍ତାକାଲି ଦେଶ ପାଳିବ ୭୭ତମ ସ୍ୱାଧିନତା ଦିବସ । ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ । ସେଥିପାଇଁ କଡା ସୁରକ୍ଷା ବଳୟ ଭିତରେ ଦିଲ୍ଲୀ । ରାଷ୍ଟ୍ରୀୟ ରାଜଧାନୀକୁ ଜଗିବେ ୧୦ ହଜାର ପୋଲିସ ଫୋର୍ସ । ଖାଲି ସେତିକି ନୁହେଁ, ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ଅନ୍ୟ ସୁରକ୍ଷା ବାହିନୀ ମଧ୍ୟ ସଜାଗ ରହିବେ ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ, ସ୍ୱାଧୀନତା ଦିବସ ସମାରୋହ ବେଳେ କେହି ଯେପରି ଅସୁବିଧାରେ ନପଡନ୍ତି, ଏହାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ବିଶେଷକରି ସ୍ୱାଧୀନତା ଦିବସ ସମାରୋହ ଦେଖିବାକୁ ଆସୁଥିବା ଲୋକ ଯେପରି କିଛି ଅସୁବିଧାରେ ନପଡନ୍ତି, ସେଥିପ୍ରତି ବିଶେଷ ଧ୍ୟାନ ରଖାଯାଇଛି । ସୁରକ୍ଷା ବ୍ୟବସ୍ଥା ତଦାରଖ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ, ୧୦ ହଜାର ପୋଲିସ କର୍ମୀ ଦିଲ୍ଲୀର ସୁରକ୍ଷା ଦାୟିତ୍ୱରେ ରହିବେ ।