ନ୍ୟୁଜ 365(ବ୍ୟୁରୋ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ରାଜ୍ୟର କୋଣ ଅନୁକୋଣରେ ‘ହର ଘର ତିରଙ୍ଗା’ଅଭିଯାନ ପାଳନ ହେଉଛି । ମଙ୍ଗଳବାର ଦେଶ ୭୭ତମ ସ୍ୱାଧୀନତା ଦିବସ ପାଳନ କରିବ । ଏହି ଅବସରରେ ଦେଶ ଓ ମାଟି ପାଇଁ ସହିଦ ହୋଇଥିବା ବୀର ପୁରଷଙ୍କୁ ସାରା ଦେଶ ଝୁରୁଛି । ସହିଦଙ୍କୁ ସଲାମ ଜଣାଉଛି ସାରା ଦେଶ । ସେପଟେ ‘ହର ଘର ତିରଙ୍ଗା’ ଅଭିଯାନରେ ସାମିଲ ହୋଇ ଘରେ ଘରେ ତ୍ରିରଙ୍ଗା ପତାକା ଉଡ଼ାଉଛନ୍ତି ଲୋକେ । ଗାଁ ଠୁ ସହର ସବୁଆଡେ ତ୍ରିରଙ୍ଗା ପତାକା ଉଡୁଛି । ଆଜାଦି କା ଅମୃତ ମହୋତ୍ସବ’ ଅବସରରେ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ନେତୃତ୍ବରେ ସାରା ଦେଶରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଚାଲିଛି। ଏହି ଅଭିଯାନରେ ଲୋକମାନେ ଘରେ ଘରେ ଜାତୀୟ ପତାକା ଉଡ଼ାଉଛନ୍ତି।
ହର ଘର ତିରଙ୍ଗା ଅଭିଯାନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି,
‘‘ହର ଘର ତିରଙ୍ଗା’’ ଅଭିଯାନ ଆଜାଦୀ କା ଅମୃତ ମହୋତ୍ସବରେ ଏକ ନୂଆ ଶକ୍ତି ଭରିଛି । ଦେଶବାସୀମାନଙ୍କୁ ଚଳିତବର୍ଷ ଏହି ଅଭିଯାନକୁ ଏକ ନୂଆ ଉଚ୍ଚତାକୁ ନେଇଯିବାର ଅଛି ।
‘‘ସ୍ୱାଧୀନତା ଓ ରାଷ୍ଟ୍ରୀୟ ଏକତା ଉତ୍ସାହର ପ୍ରତୀକ ହେଉଛି ତ୍ରିରଙ୍ଗା । ତ୍ରିରଙ୍ଗା ସହିତ ପ୍ରତ୍ୟେକ ଭାରତୀୟଙ୍କର ଆବେଗିକ ସମ୍ପର୍କ ରହିଛି ଏବଂ ଏହା ଜାତୀୟ ପ୍ରଗତିକୁ ଆହୁରି ସମୃୃଦ୍ଧ କରିବାପାଇଁ କଠିନ ପରିଶ୍ରମ କରିବାକୁ ଆମକୁ ପ୍ରେରଣା ଦେଉଛି । ଏହି ପରିପ୍ରେକ୍ଷୀରେ ମୁଁ ଆପଣମାନଙ୍କୁ ‘ହର ଘର ତିରଙ୍ଗା’ ଅଭିଯାନରେ ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ଅଂଶଗ୍ରହଣ ନିମନ୍ତେ ଆହ୍ୱାନ ଜଣାଉଛି । ତ୍ରିରଙ୍ଗା ସହିତ ଆପଣମାନେ ନିଜ ଫଟୋକୁ harghartiranga.com ରେ ଅପଲୋଡ କରନ୍ତୁ ।’’