ନ୍ୟୁଜ୍ 365(ବ୍ୟୁରୋ): ପେଟ ପାଇଁ ନାଟ। ନିଜ ପେଟକୁ ଦାନା ଯୋଗାଇବା ପାଇଁ କଳାକାର ସାଜିଛନ୍ତି ବ୍ୟବସାୟୀ। ପେଟକୁ ଆହାର ଯୋଗାଡ଼ ପାଇଁ ଗାଁ ଗାଁ ବୁଲି ଗୁପ୍ଚୁପ୍ ବିକୁଛନ୍ତି ଗୁପଚୁପ୍। ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । କଳାକାର ଜଣଙ୍କ ଦାସକାଠିଆ ମାଧ୍ୟମରେ ଗାଉଥିବା ଗୀତ ଗୁପଚୁପ ଵାଲା ଆସିଚେ, ମା କେ ଝିଅ କହୁଚେ ,ଚାଉଳ କେ ପଇସା ମାଗୁଚେ, ଘରେ ନାଇଁନ କହିଲେ ଦୁଆରେ ଗଡ଼ଗଡି ଯାଉଛେ ବେଶ ଚର୍ଚ୍ଚାକୁ ଆସିଛି। ଗୁପୁଚୁପ ବିକାଳି ହେଉଛନ୍ତି ବୌଦ୍ଧ ଜିଲ୍ଲା ପିଙ୍ଗିଲାପଡ଼ା ଗ୍ରାମର କମ୍ବୁଧର। କମ୍ବୁଧରଙ୍କ ଗୀତ ଶୁଣି ପିଲାମାନେ ଗୁପଚୁପ ଖାଇବାକୁ ଆସୁଥିବା ବେଳେ ଭିଡିଓଟି ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।