ନ୍ୟୁଜ୍ 365(ବ୍ୟୁରୋ): ଜନ୍ମମାଟିରେ ପହଞ୍ଚିଲା ସହିଦ ଓଡ଼ିଆ ପୁଅ ନୀଳାଂଚଳ ପଟେଲଙ୍କ ପାର୍ଥିବ ଶରୀର। ପ୍ରଥମେ ମରଶରୀର ବରଗଡ଼ରେ ପହଞ୍ଚିବା ପରେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ତାଙ୍କ ପାର୍ଥିବ ଶରୀରକୁ ବିଶାଳ ଶୋଭାଯାତ୍ରାରେ ପୈତୃକ ଗାଁ ସୁନାରହମାକୁ ନିଆଯାଇଛି । ଜନ୍ମମାଟିରେ ପରିବାର ବର୍ଗ ଓ ଆତ୍ମୀୟସ୍ୱଜନଙ୍କ ଶେଷ ଦର୍ଶନ ପରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବା ଏହା ପେର ହେବ ସମ୍ପନ୍ନ ହେବ ଶେଷକୃତ୍ୟ ।
ସୂଚନାଯୋଗ୍ୟ, ମଣିପୁରରେ ଆସାମ ରାଇଫଲ୍ସରେ କାର୍ଯ୍ୟରତ ଥିଲେ ନୀଳାଚଳ । ଗତ ୨୦୦୦ ମସିହାରୁ ସେ ଦେଶ ମାତୃଭୂମି ପାଇଁ ସେବା କରି ଆସୁଥିଲେ। ଶୁକ୍ରବାର ରାତିରେ ନୀଳାଂଚଳ ଆସାମର ଦୀନାପୁରରେ ଅନ୍ୟ ଯବାନଙ୍କ ସହ ରାତ୍ରୀକାଳିନ ଡ୍ୟୁଟି କରୁଥିବା ବେଳେ ଏହି ସମୟରେ ସଡ଼କ ଦୁର୍ଘଟଣାରେ ନୀଳାଚଳ ସହିଦ ହୋଇଥିବା ଜଣାପଡିଛି।
ନୀଳାଚଳ ସହିଦ ହୋଇଥିବା ଖବର ଜଣାପଡ଼ିବା ପରେ ପରିବାର ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।