ନ୍ୟୁଜ୍ 365(ବ୍ୟୁରୋ): ଶିକ୍ଷିତ ବେକାରୀ ଯୁବକଙ୍କୁ ଚାକିରି ଲୋଭ ଦେଖାଇ ଠକେଇ କରୁଥିବା ଗ୍ୟାଙ୍ଗକୁ ବାନ୍ଧିଛି ସାଇବର ପୋଲିସ। ଏୟାରଫିଲ୍ଡ ଅଞ୍ଚଳରେ ଅଫିସ ଖୋଲି କରୁଥଲେ ଠକେଇ । ଜିନ୍ଦଲ, ବେଦାନ୍ତ ଭଳି ବଡ଼ବଡ଼ କମ୍ପାନୀରେ ଚାକିରି ଦେବେ କହୁ ଅନେକ ଚାକିରି ଆଶୟୀଙ୍କୁ ଠକୁଥିଲେ। ୩ ଜଣଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ।
ରାଜ ସିହ୍ନା ଦିଲ୍ଲୀର ମୁଖ୍ୟ ଥିବା ବେଳେ କେନ୍ଦ୍ରାପଡ଼ାର ସନ୍ଦୀପ କୁମାର୍ ଭୋଇ, ସୁନ୍ଦରପଦାର ରାଜେଶ ସାମନ୍ତରାୟ ଓଡ଼ିଶା ହେଡ୍ ଭାବରେ କାମ କରୁଥିଲେ।
ସେମାନକଙ୍କ ଠାରୁ ୩ ହାଜର ଟଙ୍କା ୮ ଟି ମୋବାଇଲ ୨ ଲାପଟପ୍, ୧୨ ଏଟିଏମସ, ଚେକ୍ ବୁକ୍ ପାସ୍ ବୁକ୍ ଜବତ ହୋଇଛି। ଶିବ ଶଙ୍କର ରେଡ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ। ସମଗ୍ର ଦେଶରେ ଜବ୍ ଫ୍ରଡ ଚାଲିଥିବାରୁ ୧୦ ହଜରରୁ ଉର୍ଦ୍ଧ୍ବ ଚାକିରି ଆଶାୟୀଙ୍କୁ କୋଟି କୋଟି ଟଙ୍କା ଠକିଥିବା ଜାଣିବାକୁ ପାଇଛି ପୋଲିସ।