ନ୍ୟୁଜ 365 (ବ୍ୟୁରୋ): ପାକିସ୍ତାନ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ଏପଟେ ଅର୍ଥନୀତି ଭୁଷୁଡି ପଡ଼ିଛି । ସେପଟେ ରାଜନୈତିକ ଅସ୍ଥିରତା ପାକିସ୍ତାନ ବାସିଙ୍କ ଚିନ୍ତା ବଢାଇଛି । ଏହାରି ଭିତରେ ଅନୱର ଉଲ୍ ହକ୍ କାକରଙ୍କୁ ପାକିସ୍ତାନର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଥିବା ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ମିଳିଛି । ପ୍ରେସ ବିଜ୍ଞପ୍ତି ମୁତାବକ ଶାହବାଜ ଓ ନ୍ୟାସନାଲ ଆସେମବ୍ଲି ନିର୍ବତମାନ ବିରୋଧୀ ନେତା ରାଜା ରିୟାଜ ଅନୱର ଉଲ୍ ହକଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ସମ୍ବନ୍ଧରେ ରାଷ୍ଟ୍ରପତି ଓଲବୀଙ୍କୁ ପରାମର୍ଶ ପଠାଇଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଭବନ ବାହାରେ ରିୟାର ଏହି କଥା କହିଥିଲେ । ଇସ୍ତଫା ଦେବା ପରେ ଶାହବାଜ ଶରିଫ ଶୁକ୍ରବାର ଦିନ କହିଥିଲେ କି ଶନିବାର ସୁଦ୍ଧା ଅନ୍ତରୀଣ ପ୍ରଧାନମନ୍ତ୍ରୀ କିଏ ହେବ ତାହା ସ୍ପଷ୍ଟ ହୋଇଯିବ । ଏହାସହ ରାଷ୍ଟ୍ରପତି ଆରିଫ ଓଲବୀ ଶାହବାଜ ଶରିଫ୍ ଓ ବିରୋଧୀଦଳଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଚୟନ ପାଇଁ ଶନିବାର ସୁଦ୍ଧା ନାମ ଦେବାକୁ ପ୍ରସ୍ତାବ ଦେଇଥିଲେ ।