ନ୍ୟୁଜ 365 (ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶ ସାଗର ଜିଲ୍ଲାର ସନ୍ଥ ରବିଦାସ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ୧୦୦କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବ ଏହି ମନ୍ଦିରର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ନାଗାରା ଶୈଳୀରେ ଏହି ମନ୍ଦିର ନିର୍ମାଣ ହେବ। ଏହି ଅବସରରେ ଧାନା ଗ୍ରାମରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି ମୋଦି କହିଛନ୍ତି, ସାଗରର ମାଟି ହେଉଛି ସନ୍ଥଙ୍କ ମାଟି । ଏହି ଭବ୍ୟ କାର୍ଯ୍ୟକ୍ରମରେ ଉଜ୍ଜୟିନି, ହରିଦ୍ୱାର, ଜବଲପୁର, ରାଜସ୍ଥାନ ଏବଂ ଅନ୍ୟାନ୍ୟ ସ୍ଥାନରୁ ପ୍ରାୟ ୫୦୦ସାଧୁ ଅଂଶଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଚୌହାନ ଗତ ଫେବୃୟାରୀ ମାସରେ ଏହି ମନ୍ଦିର ନିର୍ମାଣ ପାଇଁ ଘୋଷଣା କରିଥିଲେ।