ନ୍ୟୁଜ 365 (ବ୍ୟୁରୋ): ଜେଲ ଯିବେ ଜୟପ୍ରଦା । ଇଏସଆଇ ନିଗମ କରିଥିବା ଏକ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲେ ପ୍ରସିଦ୍ଧ ଅଭିନେତ୍ରୀ ତଥା ରାଜନେତ୍ରୀ ଜୟା ପ୍ରଦା। ଏହି ମାମଲାର ଶୁଣାଣି କରି ଅଦାଲତ ଜୟାଙ୍କୁ ୬ ମାସ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା ପକାଇଛନ୍ତି କୋର୍ଟ । ତାଙ୍କ ଥିଏଟରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ କର୍ମଚାରୀ ରାଜ୍ୟ ବୀମା (ESI) ଟଙ୍କା ଦେଉନଥିବା ଅଭିଯୋଗର ଶୁଣାଣି କରି ଇଗମୋରର ଦ୍ୱିତୀୟ ମହାନଗର ନିଗମ ମାଜିଷ୍ଟ୍ରେଟ୍ କୋର୍ଟ ଚେନ୍ନାଇର ଏକ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଜୟା ପ୍ରଦା ଏବଂ ତାଙ୍କ ଭାଇ ରାଜ ବାବୁ ‘ଜୟା ପ୍ରଦା ସିନେ ଥିଏଟର’ର ପାର୍ଟନର୍ ଥିଲେ। ୧୯୯୧ (ନଭେମ୍ବର)ରୁ ୨୦୦୨ (ସେପ୍ଟେମ୍ବର) ପର୍ଯ୍ୟନ୍ତ ୮,୧୭,୭୯୪ ଟଙ୍କା ଦେବାରେ ବିଫଳ ହୋଇଥିବାରୁ ESI ନିଗମ ଜୟା ପ୍ରଦା ଏବଂ ତାଙ୍କ ଭାଇଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲା।ମାମଲାର ଶୁଣାଣି କରି ଇଗମୋରର ଦ୍ୱିତୀୟ ମହାନଗର ନିଗମ ମାଜିଷ୍ଟ୍ରେଟ୍ କୋର୍ଟ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି।