ନ୍ୟୁଜ୍ 365(ବ୍ୟୁରୋ): କଟକ ନରସିଂହପୁରର ବିଭିନ୍ନ ଗାଁରେ ବାସ କରୁଥିବା ଆଦିବାସୀ ପରିବାରକୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ। ରବିନହୁଡ ଆର୍ମି ଭୁବନେଶ୍ୱରର ସହଯୋଗରେ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ଓଲବ ପଞ୍ଚାୟତର ଭଅଁରପାଳ ଗାଁର ୧୦ଟି, ସିମିଳିବୋଲ ଗାଁର ୨୩ଟି,ବୋରଷ ଗାଁର ୧୫ଟି ଆଦିବାସୀ ଲୋକଙ୍କୁ ଚାଉଳ,ଡାଲି,ଚୂଡ଼ା,ସୋୟାବିନ ଏବଂ ବିସ୍କୁଟ ବଣ୍ଟନ କରାଯାଇଛି । ସେହିପରି ଅଭିମାନପୁରର ୩୫ଟି ଏବଂ ଗୋଡ଼ିବନ୍ଧ ଗାଁର ଗୋଟିଏ ପରିବାରକୁ ମଧ୍ୟ ଚାଉଳ, ଚୂଡ଼ା, ଡାଲି ବିସ୍କୁଟ ଆଦି ବଣ୍ଟନ କରାଯଆଇଛି। ଏହି କାର୍ଯ୍ୟକ୍ରମରେ ସେମାନଙ୍କ ମୌଳିକ ଆବଶ୍ୟକତା ଯଥା ସ୍ବାସ୍ଥ୍ୟ,ଶିକ୍ଷା ଓ ବିଭିନ୍ନ ପ୍ରକାର ଅସୁବିଧାକୁ ଟିକିନିଖି ବୁଝିବା ସହ ସେମାନଙ୍କୁ ଯଥାସମ୍ଭବ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ଏଥିସହ ପିଲାମାନଙ୍କୁ ଶିକ୍ଷାର ଗୁରୁତ୍ୱ ଏବଂ ମହିଳାଙ୍କୁ ନିଜେ ସ୍ବାବଲମ୍ବୀ ହେବା ପାଇଁ ସଂଗଠନର କର୍ମକର୍ତ୍ତା ପରାମର୍ଶ ଦେଇଥିଲେ ।