ନ୍ୟୁଜ୍ 365(ବ୍ୟୁରୋ): ବେଆଇନ୍ ପୋଷ୍ଟର ଲଗାଇଥିଲେ, ଜରିମାନା ଆଦାୟ କଲା ବିଏମସି । ବେଆଇନ୍ ଭାବେ ପୋଷ୍ଟର ଲଗାଉଥିବାରୁ ଘରୋଇ ଟିଭି ଚ୍ୟାନେଲ୍ ଜ଼ୀ ସାର୍ଥକ ଓ ଅପେରା ପାର୍ଟି ଯାତ୍ରାଶ୍ରୀ ବିଶ୍ୱ ଦରବାରକୁ ୫୦ ହଜାର ଟଙ୍କା ଲେଖାଏଁ ଫାଇନ କରିଛି ଭୁବନେଶ୍ବର ମହାନଗର ନିଗମ(ବିଏମସି)। ଏହାଛଡ଼ା ଥାନାରେ ଏତଲା ମଧ୍ୟ ଦିଆଯାଇଛି। ଏନେଇ ବିଏମସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।
ଆଗକୁ ମଧ୍ୟ ହୋଡିଂ କିମ୍ବା ପୋଷ୍ଟର ଲଗାଇଲେ ଜରିମାନା ଆଦାୟ କରାଯିବ ବୋଲି ଏଥିରେ ଜଣାଇ ଦିଆଯାଇଛି। ଭୁବନେଶ୍ବରର ସୌନ୍ଦର୍ଯ୍ୟ ନଷ୍ଟ କରୁଥିବା ଏଭଳି ପୋଷ୍ଟର, ବ୍ୟାନର ଓ ହୋଡିଂ ନ ଲଗାଇବାକୁ ବି ବିଏମସି ତାଗିଦ କରିଛି।