ନ୍ୟୁଜ୍ 365(ବ୍ୟୁରୋ):ହାଓ୍ୱାଇ ମାଉଣ୍ଟ ଜଙ୍ଗଲରେ ଭୀଷଣ ଅଗ୍ନିକାଣ୍ଡ କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ୬୭ ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ଏହାସହ ୧୫୦ ବର୍ଷ ତଳେ ଭାରତରୁ ନିଆଯାଇ ରୋପଣ କରାଯାଇଥିବା ବରଗଛ ମଧ୍ୟ ପୋଡ଼ିଯାଇଛି । ଆମେରିକାରେ ଥିବା ସବୁଠାରୁ ବଡ଼ ବରଗଛ ମଧ୍ୟରୁ ଏହା ଗୋଟିଏ ବୋଲି ବୋଲି ବିଚାର କରାଯାଏ । ହାୱାଇ ଦ୍ବୀପରେ ଲାଗିଥିବା ବନାଗ୍ନିରେ ବୁଧବାର ଏହିଗଛ ପୋଡ଼ିଯାଇଥିବା ମେଲ୍ଅନ୍ଲାଇନ୍’ ରିପୋର୍ଟରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ଏହି ଭୟଙ୍କର ବନାଗ୍ନିରେ ଅନେକ କୋଠାବାଡ଼ି ପୋଡ଼ିଯିବା ସହିତ ଅନେକ ମାତ୍ରାରେ କ୍ଷୟକ୍ଷତି ହୋଇଛି।
୧୮୩୭ ମସିହାରେ ମାଉଇର ଲହେନା ସହରରେ ରୋପଣ କରାଯିବା ସମୟରେ ସେ ବରଗଛ ଚାରାଟି ମାତ୍ର ୮ ଫୁଟ୍ ଉଚ୍ଚ ଥିଲା। ହାୱାଇଆନ୍ ଭାଷାରେ ‘ପାନିଆନା’ କୁହାଯାଉଥିବା ସେ ବରଗଛରୁ କ୍ରମେ ଓହଳ ବାହାରି ୪୬ଟି ଗଣ୍ଡିରେ ପରିଣତ ହୋଇଛି ଓ ୨ ଏକର ସ୍ଥାନ ଅକ୍ତିଆର କରିନେଇଛି। ଲହେନା କୋର୍ଟହାଉସ୍ ଓ ଲହେନା ବନ୍ଦର ସମ୍ମୁଖରେ ରୋପଣ କରାଯାଇଥିବା ସେ ବରଗଛର ଉଚ୍ଚତା ୬୦ ଫୁଟ୍ ହୋଇଥିବା ବେଳେ ଆମେରିକାର ଅନ୍ୟତମ ବିଶାଳ ବରଗଛରେ ପରିଣତ ହୋଇଛି।
ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଭିଡିଓ ଓ ଫଟୋରେ ଦେଖାଯାଉଛି ନିଆଁରେ ପୋଡ଼ି ଗଛଟି ନଷ୍ଟ ହୋଇଯାଇଛି। ଗଛଟି ପୂର୍ବପରି ଠିଆ ହୋଇଥିଲେ ବି ତାହା ଆଉ ବଞ୍ଚିବ କି ନାହିଁ ସନ୍ଦେହ ଦେଖାଦେଇଛି । ଏହି ବର୍ଷ ଏପ୍ରିଲ ମାସରେ ଏହି ଗଛକୁ ହାଓ୍ୱାଇ ପହଞ୍ଚିବାର ୧୫୦ବର୍ଷ ହୋଇଯାଇଛି । ଏହାଛଡ଼ା ଏହି ଗଛ ତଳେ ଅନେକ କାର୍ଯ୍ୟକ୍ରମ ଏବଂ ପ୍ରଦର୍ଶନୀର ଆୟୋଜନ କରାଯାଇଥାଏ । ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ମାଉଣ୍ଟ କାଉଣ୍ଟିଂ ଆର୍ବୋରିଷ୍ଟ ସମିତି ପକ୍ଷରୁ କରାଯାଉଛି । ଜଳିଯିବା ସତ୍ତ୍ୱେ ଗଛଟି କିନ୍ତୁ ଛିଡ଼ା ହୋଇ ରହିଛି । ‘ଲହେନା ରେଷ୍ଟୋରେସନ୍ ଫାଉଣ୍ଡେସନ୍’ର ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର୍ ଥିଓ ମୋରିସନ୍ କହିଛନ୍ତି,ବରଗଛଟି ବଞ୍ଚିଯିବ ବୋଲି ଆମର ବିଶ୍ୱାସ ରହିଛି ।