ନ୍ୟୁଜ 365 (ବ୍ୟୁରୋ): ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ସମୟରେ ‘ତୃଣମୂଳ କଂଗ୍ରେସ’ ରକ୍ତରେ ଖେଳ ଖେଳିଛି । ପଶ୍ଚିମବଙ୍ଗରେ ଆୟୋଜିତ ‘କ୍ଷେତ୍ରୀୟ ପଞ୍ଚାୟତ ରାଜ ପରିଷଦ୍’ରେ ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ଯୋଗଦେଇ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି, ପଞ୍ଚାୟତ ନିର୍ବାଚନ ସମୟରେ ମତା ବାନାର୍ଜୀଙ୍କ ନେତୃତ୍ବାଧୀନ ‘ତୃଣମୂଳ କଂଗ୍ରେସ’ ରକ୍ତରେ ଖେଳ ଖେଳିଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁମାନେ ଆପଣାକୁ ଗଣତନ୍ତ୍ରର ‘ଚାମ୍ପିୟନ୍’ ବୋଲି ପ୍ରଚାର କରୁଛନ୍ତି ସେମାନେ ହିଁ ‘ଇଭିଏମ୍’ ଛଡ଼ାଇ ନେବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ଭୋଟ୍ ଗ୍ରହଣ ଦିନ ବୁଥ୍ ଜବରଦଖଲ କରିବା ଲାଗି ଟିଏମସି ଦୁର୍ବୃତ୍ତମାନଙ୍କୁ ଠିକା ଦେଇଛି। ଟିଏମସି ନିଜ ଦଳର କାର୍ଯ୍ୟ ହାସଲ ନିମନ୍ତେ କାର୍ଯ୍ୟକର୍ତ୍ତାଙ୍କ ଅନ୍ୟ ଦଳ ମାରାତ୍ମକ ଆକ୍ରମଣ କରୁଛି। ଟିଏମସିକୁ ଏଭଳି କହି କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।