ନ୍ୟୁଜ 365 (ବ୍ୟୁରୋ): ଚନ୍ଦ୍ରକୁ ଚନ୍ଦ୍ରଯାନ ପଠାଇଛି ଋଷ । ବସ୍ତୋନି କସମୋଡ୍ରୋମରୁ ଲୁନା-୨୫କୁ ଚନ୍ଦ୍ରକୁ ଉତକ୍ଷେପଣ କରିଛି ଋଷ । ସୋୟୁଜ-୨ ପଏଂଟ ୱାନ ବି ରକେଟ ଜରିଆରେ ଲୁନା-୨୫କୁ ମହାକାଶକୁ ପଠାଯାଇଛି । ଏହାକୁ ଲୁନା-ଗ୍ଲୋବ ଲାଣ୍ଡର ମିଶନ ବୋଲି କୁହାଯାଉଛି । ମହାକାଶରେ ୫ ଦିନ ଯାତ୍ରା କରିବା ପରେ ଚନ୍ଦ୍ର କକ୍ଷରେ ପ୍ରବେଶ କରି ଲୁନା-୨୫ । ଏହାପରେ ୭ରୁ ୧୦ ଦିନ ଚନ୍ଦ୍ରକୁ ପରିକ୍ରମା କରିବା ପରେ ଦକ୍ଷିଣ ମେରୁରେ ଅବତରଣ କରିବ ବୋଲି ସୂଚନା ମିଳିଛି । ଏହା ପୂର୍ବରୁ ୧୯୭୬ ମସିହା ଅଗଷ୍ଟ ୧୮ରେ ଲୁନା-୨୪କୁ ଚନ୍ଦ୍ରପୃଷ୍ଠକୁ ପଠାଇଥିଲା ସୋଭିଏତ ରୁଷ । ପାଖାପାଖି ୫୦ ବର୍ଷ ପରେ ପୁଣି ଥରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଲୁନା-୨୫କୁ ଅବତରଣ କରାଇବା ଅଭିଯାନ ଆରମ୍ଭ କରିଛି ମସ୍କୋ । ଆସନ୍ତା ୨୧ କିମ୍ବା ୨୨ ତାରିଖରେ ଲୁନା-୨୫ ଅରବିଟର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ବୋଲି ଜଣାପଡିଛି ରୁଷ ପୂର୍ବରୁ ଭାରତ ମଧ୍ୟ ଚନ୍ଦ୍ରଯାନ-୩ ପଠାଇଛି, ଯାହା ଏବେ ଚନ୍ଦ୍ରର କକ୍ଷ ପଥରେ ପରିକ୍ରମା କରୁଥିବା ବେଳେ ଆସନ୍ତା ୨୩ରେ ଦକ୍ଷିଣ ମେରୁରେ ଅବତରଣ କରିବ । ଚନ୍ଦ୍ରର ଦକ୍ଷିଣ ମେରୁରେ ସୁରକ୍ଷିତ ଚନ୍ଦ୍ରଯାନ ଅବତରଣ କରାଇବାକୁ ଭାରତ ଓ ରୁଷର ମଧ୍ୟରେ ଚାଲିଥିବା ଏହି ପ୍ରତିଯୋଗିତା ଉପରେ ସାରା ବିଶ୍ୱର ନଜର ରହିଛି ।