ନ୍ୟୁଜ୍ 365(ବ୍ୟୁରୋ): ଆଉ ବର୍ତ୍ତି ପାରିବେନି ବେପରୁଆ ଗାଡିଚାଳକ । ଗାଡ଼ି ଚାଳକ ଖସିବାକୁ ଚେଷ୍ଟା କଲେ ଏଣିକି ହେବ ୧୦ବର୍ଷର ଜେଲ୍ ଦଣ୍ଡ ।କେନ୍ଦ୍ର ସରକାର ଭାରତୀୟ ଆଇନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି ।ଏହି ବିଲ୍ ଆଇନରେ ପରିଣତ ହେଲେ ଗାଡ଼ି ଚାଳକ ଦୁର୍ଘଟଣା ଘଟାଇ ଖସିପାରିବେ ନାହିଁ ।ଏହା ଆଇନ ଅନୁଯାୟୀ, ଗାଡ଼ି ଚାଳକ ଦୁର୍ଘଟଣା ପରେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେବେ । ଏଥିରେ ଅବହେଳା କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡିକ । ସଡ଼କ ଦୁର୍ଘଟଣାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଏକ ଭିନ୍ନ ଧାରଣା ରହିଛି । କୌଣସି ପ୍ରକାଶ ଦୁର୍ଘଟଣା ହେଲେ ଅଭିଯୁକ୍ତ ଚାଳକ ଥାନରୁ ଜାମିନ୍ ପାଇ ଖସିଯାଉଥିଲେ ।ହେଲେ ଦୁର୍ଘଟଣାର ଶିକାର ହୋଇଥିବା ପୀଡିତକୁ ପରିବାର ଲୋକ ଚିକିତ୍ସା କରିବା ପାଇଁ କି ମୃତଦେହ ନେବା ପାଇଁ ଥାନାର ଚକ୍କର କାଟିଥାନ୍ତି ।କିଛି ମାମଲାର ଦୋଷ ଜଣାପଡ଼ିଗଲେ ଗାଡ଼ି ଚାଳକ ଜୋରିମନା ଦେଇ ଥାନାକୁ ଖସିଯାଉଥିଲେ ।ହେଲ ଏବେ ଏହା ବନ୍ଦ ହେବାକୁ ଯାଉଛି ।
ହିଟ୍ ଆଣ୍ଡ ରନ୍ କେସ୍ ଆଇନ ପରିବର୍ତ୍ତନ ହେଲେ ଭାରତୀୟ ଦଣ୍ଡ ନିୟମ ୨୦୨୩ ଅନୁଯାୟୀ, କୌଣସି ପ୍ରକାର ଖାମଖିଆଲି ପାଇଁ ଯଦି ଲୋକଙ୍କ ମୃତ୍ୟୁ ହେଇଯାଇଛି, ତେବେ ଅଭିଯୁକ୍ତଙ୍କ ଏଥିରୁ ବାହାରିବା କଷ୍ଟସାଧ୍ୟ ହେବ।ଆଇପିସି-୧୦୪ ଅନୁଯାୟୀ, ବେପରୁଆ ଗାଡ଼ି ଚାଳନାରେ ମୃତ୍ୟୁ ହେଲେ ହିଟ୍ ଆଣ୍ଡ ରନ୍ ଅପରାଧରେ ୨ ବର୍ଷ ଜେଲ୍ ଦଣ୍ଡ ଓ ଜୋରିମନା ରହିଥିଲା ।ମାତ୍ର ପ୍ରସ୍ତାବିତ ବିଧେୟକ ଅନୁଯାୟୀ, ଦୁର୍ଘଟଣା କରିଥିବା ଅଭିଯୁକ୍ତଙ୍କୁ ସର୍ବନିମ୍ନ ୭ବର୍ଷ ଜେଲ୍ ଦଣ୍ଡ ସହିତ ଜୋରିମାନ ଲାଗିବ । ସେହିପରି ଯଦି ଦୁର୍ଘଟଣା କରି ଚାଳକ ଫେରାର୍ ହୋଇଗଲେ କିମ୍ବା ସ୍ଥାନୀୟ ପୋଲିସକୁ ଏବାବଦରେ ନଜଣାଇଲେ, ଦଶ ବର୍ଷ ଜେଲ୍ ଦଣ୍ଡ ଓ ଜୋରିମନା ଲାଗିବ ।