ନ୍ୟୁଜ 365 (ବ୍ୟୁରୋ): ୨୦୨୪ ନିର୍ବାଚନରେ ଖାତା ଖୋଲିପାରିବନି ସମାଜବାଦୀ ପାର୍ଟି । ସପାକୁ ଗୋଟିଏ ସିଟ ଜିତିବା ବି ମୁସକିଲ ହେଇଯିବ । ଆଗାମୀ ନିର୍ବାଚନରେ ସପାର ସ୍ଥିତିକୁ ଏଭଳି ପର୍ବାନୁମାନ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବିଧାନସଭାରେ ଆଲୋଚନା କରି ଯୋଗି ଆଦିତ୍ୟନାଥ କହିଛନ୍ତି, ୨ ୦୨୪ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ସଫା ହୋଇଯିବ ଯିବ । ସପା ପାଇଁ ଗୋଟିଏ ସିଟ ଜିତିବା ମଧ୍ୟ କାଠିକର ପାଠ ହେବ । କାରଣ ସମାଜବାଦୀ ପାର୍ଟି ପାଇଁ ୟୁପିର ଜନତା ହେଉଛନ୍ତି ଏକ ଭୋଟ ବ୍ୟାଙ୍କ, କିନ୍ତୁ ବିଜେପି ପାଇଁ ୟୁପିର ଜନତା ହେଉଛନ୍ତି ଏକ ପରିବାର ।
ରାଜ୍ୟରେ ୧୦ କୋଟି ଲୋକ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହୋଇ ମାଗଣା ଚିକିତ୍ସା ସୁବିଧା ପାଉଛନ୍ତି । ବିରୋଧୀଙ୍କ ପାଇଁ ଏହା ଜାତିଗତ ପ୍ରସଙ୍ଗ ହୋଇ ପାରେ, ବିରୋଧୀ ପାଇଁ ଏହା ଭୋଟ ବ୍ୟାଙ୍କ ରାଜନୀତି ହୋଇପାରେ । କିନ୍ତୁ ବିଜେପି ପାଇଁ ଏହା ଜନତାଙ୍କ ପ୍ରତି ଥିବା କର୍ତ୍ତବ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।