ନ୍ୟୁଜ୍ 365(ବ୍ୟୁରୋ):ଅଜାର ଦଶାହରେ ସୁଦ୍ଧି ହୋଇ ଗାଧୋଇବା ବେଳେ ପାଣିରେ ବୁଡ଼ି ଦୁଇ ନାତିଙ୍କର ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସୋର ୱାଦା ଅଞ୍ଚଳରେ।
ସୂଚନାଯୋଗ୍ୟ, ୱାଦା ଅଞ୍ଚଳର ସ୍ବର୍ଗତ ବିଷ୍ଣୁ ଚରଣ ପାଢ଼ୀଙ୍କ ଦଶାହ କର୍ମରେ ଯୋଗ ଦେବା ପାଇଁ ୱାଦା ଗ୍ରାମର ପିତାମ୍ବର ପାଢ଼ୀଙ୍କ ପୁଅ ସୁଶାନ୍ତ ଓ ବିଦୁ ଅଞ୍ଚଳର ଚନ୍ଦନ କର ପଥରକଟା ଘାଟତୁଠ ନିକଟରେ ଥିବା ଏକ ଗାଡ଼ିଆରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ିଯାଇଥିଲେ।
ଦୀର୍ଘ ସମୟ ପରେ ସମ୍ପର୍କୀୟମାନେ ଜାଣିପାରି ଉକ୍ତ ଗାଡ଼ିଆରୁ ଉଭୟଙ୍କୁ ଉଦ୍ଧାର କରି ଚନ୍ଦନଙ୍କୁ ବାଗୁଡ଼ି ଡାକ୍ତରଖାନାକୁ ନେଇଥିବା ବେଳେ ସୁଶାନ୍ତଙ୍କୁ ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଉଭୟଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଛି ଶୋକର ଛାୟା ।