ନ୍ୟୁଜ 365 (ବ୍ୟୁରୋ): ଆଇନରେ ପରିଣତ ହେଲା ‘ଦିଲ୍ଲୀ ସେବା ଅଧିନିୟମ’ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ପାଇବା ପରେ ଦିଲ୍ଲୀ ସେବା ଅଧିନିୟମ ଆଇନରେ ପରିଣତ ହୋଇଛି । ଏହାସହ ‘ଡିଜିଟାଲ୍ ପର୍ସଲାନ୍ ଡାଟା ପ୍ରୋଟେକ୍ସନ୍ ବିଲ୍’, ‘ଦି ରେଜିଷ୍ଟ୍ରେସନ୍ ଅଫ୍ ବାର୍ଥସ୍ ଆଣ୍ଡ୍ ଡେଥ୍ସ୍ (ଆମେଣ୍ଡ୍ମେଣ୍ଟ୍) ବିଲ୍’, ‘ଦି ଜନ ବିଶ୍ବାସ (ଆମେଣ୍ଡ୍ମେଣ୍ଟ୍ ଅଫ୍ ପ୍ରୋଭିଜନ୍) ବିଲ୍, ଏବଂ ‘ଗଭର୍ଣ୍ଣମେଣ୍ଟ୍ ଅଫ୍ ନ୍ୟାସ୍ନାଲ୍ କ୍ୟାପିଟାଲ୍ ଟେରିଟରି ଅଫ୍ ଡେଲି (ଆମେଣ୍ଡ୍ମେଣ୍ଟ୍) ବିଲ୍’ ମଧ୍ୟ ଆଇନରେ ପରିଣତ ହୋଇଛି । ତେବେ ‘ଦିଲ୍ଲୀ ସେବା ଅଧିନିୟମ’ ଆଇନରେ ପରିଣତ ହେବା ପରେ ଜାତୀୟ ରାଜଧାନୀରେ ଅମଲାମାନଙ୍କ ଉପରେ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ରହିବ ।