ନ୍ୟୁଜ୍ 365(ବ୍ୟୁରୋ): ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ବଲାଙ୍ଗୀର ରାଜ ପରିବାରରେ କଳି। ଘରୋଇ ହିଂସା ନେଇ ବଲାଙ୍ଗୀର ଟାଉନ ଥାନାରେ ଦ୍ବାରସ୍ତ ହୋଇଛନ୍ତି ବଲାଙ୍ଗୀର ରାଜ ପରିବାର ବୋହୂ ଅଦ୍ରିଜା ମଞ୍ଜରୀ । ଅଦ୍ରିଜା ହେଉଛନ୍ତି ଅର୍କେଶ ନାରାୟଣ ସିଂଦେଓଙ୍କ ପତ୍ନୀ । ବଲାଙ୍ଗୀର ପ୍ୟାଲେସ୍ ଆସିବାକୁ ଅଦ୍ରିଜା ପୋଲିସ ସୁରକ୍ଷା ମାଗୁଥିବା ଜଣାପଡିଛି । ସେଠାରେ ଥିବା ତାଙ୍କର ଜିନିଷ ପତ୍ର ନେବାକୁ ସେ ବଲାଙ୍ଗୀର ଆସିଛନ୍ତି । ଅର୍କେଶ ଏବଂ ଅଦ୍ରିଜାଙ୍କ ମଧ୍ୟରେ ପ୍ରାୟ ବର୍ଷେ ହେବ ବିବାଦ ଲାଗିରହିଛି । ଡେରାଡୁନରେ ଉଭୟ ପକ୍ଷ ମଧ୍ୟରେ ମାମଲା ରୁଜ୍ଜୁ ହୋଇଛି ।
ଶାଶୁଘରେ ରହିବା ସମୟରେ ଶାଶୁ, ଶ୍ବଶୂର , ସ୍ବାମୀ , ଦେଢଶୂର ଓ ଯାଆଙ୍କ ପକ୍ଷରୁ ନିଜ ଜୀବନ ପ୍ରତି ବିପଦ ଥିବା ସେ କହିଛନ୍ତି । ଏଥିପାଇଁ ପୋଲିସ ସୁରକ୍ଷା ଯୋଗାଇଦେବାକୁ ଟାଉନ ଥାନାରେ ଦେଇଥିବା ଏତଲାରେ ସେ ଦର୍ଶାଇଛନ୍ତି । ଏ ନେଇ ପୂର୍ବରୁ ସେ ବଲାଙ୍ଗୀର ଏସପିଙ୍କୁ ଇମେଲ ଯୋଗେ ଦୁଇଥର ଚିଠି ଲେଖିଥିଲେ ।