ନ୍ୟୁଜ୍ 365(ବ୍ୟୁରୋ): ଆଉ ବର୍ତ୍ତି ପାରିବେନି ବେପରୁଆ ଗାଡିଚାଳକ । ଗାଡ଼ି
ଚାଳକ ଖସିବାକୁ ଚେଷ୍ଟା କଲେ ଏଣିକି ହେବ ୧୦ବର୍ଷର ଜେଲ୍ ଦଣ୍ଡ । କେନ୍ଦ୍ର ସରକାର ଭାରତୀୟ ଆଇନ
ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହି ବିଲ୍ ଆଇନରେ ପରିଣତ ହେଲେ ଗାଡ଼ି
ଚାଳକ ଦୁର୍ଘଟଣା ଘଟାଇ ଖସିପାରିବେ ନାହିଁ । ଏହା ଆଇନ ଅନୁଯାୟୀ, ଗାଡ଼ି ଚାଳକ ଦୁର୍ଘଟଣା ପରେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେବେ । ଏଥିରେ ଅବହେଳା କଲେ
୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡିକ । ସଡ଼କ ଦୁର୍ଘଟଣାକୁ ନେଇ ସାଧାରଣ ଲୋକଙ୍କ
ମଧ୍ୟରେ ଏକ ଭିନ୍ନ ଧାରଣା ରହିଛି । କୌଣସି ପ୍ରକାଶ ଦୁର୍ଘଟଣା ହେଲେ ଅଭିଯୁକ୍ତ ଚାଳକ ଥାନରୁ
ଜାମିନ୍ ପାଇ ଖସିଯାଉଥିଲେ । ହେଲେ ଦୁର୍ଘଟଣାର ଶିକାର ହୋଇଥିବା ପୀଡିତକୁ ପରିବାର ଲୋକ
ଚିକିତ୍ସା କରିବା ପାଇଁ କି ମୃତଦେହ ନେବା ପାଇଁ ଥାନାର ଚକ୍କର କାଟିଥାନ୍ତି । କିଛି ମାମଲାର
ଦୋଷ ଜଣାପଡ଼ିଗଲେ ଗାଡ଼ି ଚାଳକ ଜୋରିମନା ଦେଇ ଥାନାକୁ ଖସିଯାଉଥିଲେ । ହେଲ ଏବେ ଏହା ବନ୍ଦ
ହେବାକୁ ଯାଉଛି ।
ହିଟ୍ ଆଣ୍ଡ ରନ୍ କେସ୍ ଆଇନ ପରିବର୍ତ୍ତନ ହେଲେ ଭାରତୀୟ ଦଣ୍ଡ ନିୟମ ୨୦୨୩ ଅନୁଯାୟୀ, କୌଣସି ପ୍ରକାର ଖାମଖିଆଲି ପାଇଁ ଯଦି ଲୋକଙ୍କ ମୃତ୍ୟୁ ହେଇଯାଇଛି, ତେବେ ଅଭିଯୁକ୍ତଙ୍କ ଏଥିରୁ ବାହାରିବା କଷ୍ଟସାଧ୍ୟ ହେବ । ଆଇପିସି-୧୦୪ ଅନୁଯାୟୀ, ବେପରୁଆ ଗାଡ଼ି ଚାଳନାରେ ମୃତ୍ୟୁ ହେଲେ ହିଟ୍ ଆଣ୍ଡ ରନ୍ ଅପରାଧରେ ୨ ବର୍ଷ ଜେଲ୍ ଦଣ୍ଡ ଓ
ଜୋରିମନା ରହିଥିଲା । ମାତ୍ର ପ୍ରସ୍ତାବିତ ବିଧେୟକ ଅନୁଯାୟୀ, ଦୁର୍ଘଟଣା କରିଥିବା
ଅଭିଯୁକ୍ତଙ୍କୁ ସର୍ବନିମ୍ନ ୭ବର୍ଷ ଜେଲ୍ ଦଣ୍ଡ ସହିତ ଜୋରିମାନ ଲାଗିବ । ସେହିପରି ଯଦି
ଦୁର୍ଘଟଣା କରି ଚାଳକ ଫେରାର୍ ହୋଇଗଲେ କିମ୍ବା ସ୍ଥାନୀୟ ପୋଲିସକୁ ଏବାବଦରେ ନଜଣାଇଲେ, ଦଶ ବର୍ଷ ଜେଲ୍ ଦଣ୍ଡ ଓ ଜୋରିମନା ଲାଗିବ ।