ନ୍ୟୁଜ୍ 365 (ବ୍ୟୁରୋ): ଆସୁଛି ଭାଈ ଭଉଣୀଙ୍କ ସେନେହ ପର୍ବ ରାକ୍ଷୀ । ଏହା ଏକ ଡୋରି ନୁହେଁ ଏହା ସୁରକ୍ଷା କବଚ । ଏଥିରେ ଭଉଣୀର ଭାଈ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ଭରି ରହିଥାଏ । ସମଗ୍ର ପୃଥିବୀରେ ଏହି ପର୍ବ ପାଳନ ହୋଇଥାଏ । ସେପଟେ ଏବେଠୁ ମାର୍କେଟରେ ରାକ୍ଷୀ ମିଳିବା ଆରମ୍ଭ ହୋଇଗଲାଣି । ପ୍ରତି ବର୍ଷ କିଛି ନା କିଛି ଭିନ୍ନ ପ୍ରକାରର ରାକ୍ଷୀ ଦେଖିବାକୁ ମିଳିଥାଏ । ଏଥର ମଧ୍ୟ ମାର୍କେଟକୁ ଏକ ଭିନ୍ନ ରାକ୍ଷୀ ଆସିଛି । ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାରେ କିଛି କାରିଗର ମିଶି ଗୋବରରେ ରାକ୍ଷୀ ପ୍ରସ୍ତୁତ କରିଛନ୍ତି । ଏଠାରେ ମହିଳାମାନେ ଗାଈର ଗୋବର ବ୍ୟବହାର କରି ଉତ୍ତମ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି ଏବଂ ଏହାର ଚାହିଦା ମଧ୍ୟ ଅଧିକ ରହିଛି । ଫିରୋଜାବାଦ ଜିଲ୍ଲାର ରାକ୍ଷୀ ବିଜନେସମ୍ୟାନ୍ କହିଛନ୍ତି ଯେ, ସବୁବେଳେ ଗାଈର ଗୋବର ବ୍ୟବହାର କରି ଆମେ ଅନେକ ଜିନିଷ ପ୍ରସ୍ତୁତ କରୁଥୁଲୁ । ହେଲେ ଏଥର ଗୋବରକୁ ରାକ୍ଷୀ ପାଇଁ ବ୍ୟବହାର କରିଛୁ । ଏହି କାରଣରୁ ସମୁଦାୟ ୧୫ ଜଣ ମହିଳାଙ୍କୁ ରୋଜଗାର ମଧ୍ୟ ମିଳିପାରିଛି ।
ଗୋବର ରାକ୍ଷୀ ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ ଗୋବରକୁ ଶୁଖେଇ ତାର ପାଉଡର ପ୍ରସ୍ତୁତ କରାଯାଏ । ଏହା ପରେ ତାକୁ ଛାଞ୍ଚରେ ପକାଯାଏ, ଯାହା ଶୁଖିଗଲା ପରେ ମହିଳା ମାନେ ନିଜ ହାତରେ ସଜେଇ ପ୍ରସ୍ତୁତ କରନ୍ତି । ଏହାର ଡିମାଣ୍ଡ କେବଳ ୟୁପି ନୁହେଁ, ବରଂ ଅନେକ ରାଜ୍ୟରେ ରହିଛି । ଏହାର ଦାମ୍ ମାତ୍ର ୫ ଟଙ୍କା ଥିବାବେଳେ ଏହାର ଆକାର ମଧ୍ୟ ବହୁତ ବଡ ।