ନ୍ୟୁଜ 365 (ବ୍ୟୁରୋ): ହାଓ୍ବାଇର ମାଉଣ୍ଟ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୬୭ କୁ ବୃଦ୍ଧି ପାଇଛି । ସେହିପରି ଗୁରୁତର ଆହତଙ୍କ ସଂଖ୍ୟା ମଧ୍ୟ ବଢୁଛି । ସେପଟେ ଉଦ୍ଧାରକାର୍ଯ୍ୟ ମଧ୍ୟ ଜାରି ରହିଛି ।
ହାଓ୍ବାଇ ଜଙ୍ଗଲରେ ଭୀଷଣ ଅଗ୍ନିକାଣ୍ଡ ଆମେରିକାର ପ୍ରଶାନ୍ତ ମହାସାଗର ଅଂଚଳରେ ଭୟ ସୃଷ୍ଟି କରିଛି । ହାଓ୍ବାଇ ସ୍ଥିତ ଲାହୈନା, ପୁଲେହୁରେ ଏବେ ନିଆଁ ଜଳୁଛି । ଲୋକମାନେ ନିଜର ଜୀବନ ବଞ୍ଚାଇବା ପାଇଁ ସମୁଦ୍ରକୁ ଲମ୍ଫପ୍ରଦାନ କରିବାକୁ ବାଧ୍ୟ ହେଉଛନ୍ତି । କେବଳ ଏତିକି ନୁହେଁ ଅଗ୍ନିକାଣ୍ଡରେ ଦ୍ୱୀପର ଐତିହାସିକ କସବୋର ବଡ଼ ଅଞ୍ଚଳ ଅଗ୍ନିକାଣ୍ଡରେ ଛାରଖାର ହୋଇଯାଇଛି । ଦମକଳବାହିନୀ କର୍ମଚାରୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏହି ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ମାଉଇ ଦ୍ୱୀପରୁ ୧୪ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସ୍ଥାନାନ୍ତର ଲୋକଙ୍କ ସଂଖ୍ୟା ଆହୁରି ଅଧିକ ହେବ ବୋଲି ସୂଚନାରୁ ଜଣାପଡ଼ିଛି। ପାଖାପାଖି ୧୧ ହଜାର ଲୋକଙ୍କୁ ଏବେ ବିନା ବିଜୁଳିରେ ରହିବାକୁ ପଡୁଛି ।